• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯେବେ ରକ୍ଷକ ସାଜେ ଭକ୍ଷକ । ଯେଉଁ ଏଟିଏମର ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ, ସେଠାରୁ ହିଁ ଲକ୍ଷ ଲକ୍ଷ ଉଡ଼ାଇ ଦେଇ ଯାଇଛନ୍ତି ସିକ୍ୟୁରିଟି ଗାର୍ଡ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଥିବା ଏକ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ମେସିନରୁ ୨୦ ଲକ୍ଷ ଟଙ୍କା ଚୋରି କରିଛନ୍ତି ୨୩ ବର୍ଷୀୟ ସିକ୍ୟୁରିଟି ଗାର୍ଡ । ତେବେ ପ୍ରେମିକାକୁ ବିବାହ କରିବା ପାଇଁ ପାଖରେ ଟଙ୍କା ନଥିବାରୁ ଏପରି କାଣ୍ଡ କରିଥିବା ସେ କହିଛନ୍ତି । ଟଙ୍କା ନେଇ ସିକ୍ୟୁରିଟି ଗାର୍ଡ ଗାଏବ୍‌ ହୋଇଯିବା ପରେ ସେ ସନ୍ଦେହ ଘେରକୁ ଆସିଥିଲେ । ଏବେ ତାଙ୍କୁ ଗିରଫ କରିବା ପରେ ଅସଲ କଥା ବାହାରକୁ ଆସିଛି ।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦୀପଙ୍କର ନୋମୋସୁଦ୍ରା । ଘର ଆସାମରେ । ମାସ ତଳେ ସେ ୱିଲସନ ଗାର୍ଡେନର ୧୩ତମ କ୍ରସ ନିକଟ ଏଟିଏମରେ ସିକ୍ୟୁରିଟି ଗାର୍ଡ ଭାବେ କାମ ଆରମ୍ଭ କରିଥିଲେ । ବିବାହ ମୁଣ୍ଡ ଉପରେ ଥିବାବେଳେ ଏଟିଏମ୍‌ ଲୁଟିବା ପାଇଁ ଯୋଜନା କରିଥିଲେ । ଆଉ ଏଥିପାଇଁ ବ୍ୟାଙ୍କ କର୍ମଚାରୀମାନେ ଏଟିଏମରେ ଟଙ୍କା ଲୋଡ କରିବାକୁ ଆସୁଥିବା ବେଳେ ତାଙ୍କ ଉପରେ ଭଲରେ ନଜର ରଖୁଥିଲେ । ଆଉ କିଛି ଦିନ ଭିତରେ ତାଙ୍କର ଜଣେ କର୍ମଚାରୀଙ୍କ ସହ ବନ୍ଧୁତା ହୋଇ ଯାଇଥିଲା । ଆଉ କୌଶଳ କ୍ରମେ କର୍ମଚାରୀଙ୍କ ଅଜାଣତରେ ସେ ଏଟିଏମ ଟଙ୍କା ବାହାର କରିବା ଓ ଭର୍ତ୍ତି କରିବାର ପାସୱାର୍ଡ ହାତେଇଥିଲେ ।

ଅଧିକ ପଢ଼ନ୍ତୁ: ବ୍ୟାଙ୍କରେ ପଶି ୩୫ ଲକ୍ଷ ଟଙ୍କା ଲୁଟିନେଲା ୧୦ ବର୍ଷର ପିଲା : ଟେର୍‌ ପାଇଲେନି କର୍ତ୍ତୃପକ୍ଷ

ଯୋଜନା ଅନୁସାରେ ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ସେ ଏଟିଏମରୁ ଟଙ୍କା ଚୋରି କରିଥିଲେ । ଚୋରି କରିବା ପୂର୍ବରୁ ସେ ଗୋଟିଏ କ୍ୟାମେରାକୁ ମଧ୍ୟ ବୁଲାଇ ଦେଇଥିଲେ ଓ ଲାଇଟ ବନ୍ଦ କରିଥିଲେ । ଲାଇଟ ବନ୍ଦ କରି ସେ ଏଟିଏମ ମେସିନରୁ ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଚୋରି ଧରାପଡ଼ିବନି ବୋଲି ଚିନ୍ତା କରୁଥିଲେ । ଲାଇଟ ବନ୍ଦ କରି ସେ ଏଟିଏମ ମେସିନରୁ ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଆଉ ଟଙ୍କା ନେବା ପରେ ପ୍ରେମିକାକୁ ବିବାହ କରି ଜନ୍ମ ସ୍ଥାନରେ ବ୍ୟବସାୟ ଆରମ୍ଭ କରିବେ ବୋଲି ଦୀପଙ୍କର ଲକ୍ଷ୍ୟ ରଖିଥିଲେ ।

ତେବେ ସିକ୍ୟୁରିଟି ଗାର୍ଡକୁ ଚୋରି ପର ଠାରୁ ଗାୟବ୍‌ ଥିବା ଦେଖି ୩୮୧ ଧାରା ଅନୁସାରେ ଥାନାରେ ମାମଲା ରୁଜୁ ହୋଇଥିଲା । ଆଉ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ଆସାମ ଯାଇ ଦୀପଙ୍କରଙ୍କୁ ଗିରଫ କରିଛି । ଏଥିସହ ଚୋରି ହୋଇଥିବା ୨୦ ଲକ୍ଷ ଟଙ୍କା ମଧ୍ୟରୁ ୧୪.୨ ଲକ୍ଷ ଟଙ୍କା ଜବତ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଙ୍ଗମାନଙ୍କ ସହ ପାର୍ଟି କରିଛନ୍ତି ଓ ବିଳାସପୂର୍ଣ୍ଣ ହୋଟେଲରେ ରାତି କାଟିଛନ୍ତି ।  ବାକି ଟଙ୍କାରେ ବାହା ହେବା ପାଇଁ ସ୍ୱପ୍ନ ଦେଖୁଥିଲେ, ହେଲେ ତାଙ୍କୁ ଧରି ପକାଇଛି ପୋଲିସ୍ ।