• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲା ନାବାଳକ । ବୁଧବାର ପଞ୍ଜାବର ପଟିଆଲା ଅଞ୍ଚଳରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପଟିଆଲା ମୁଖ୍ୟ ଶାଖାରୁ ଜଣେ ୧୦ ବର୍ଷର ବାଳକ ୩୫ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ ନେଇ ଫେରାର ହୋଇଯାଇଛି । ବ୍ୟାଙ୍କ ବାହାରେ ଥିବା ଏଟିଏମରେ ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବାହାର କରାଯାଇଥିଲା । ତେବେ ହଠାତ୍‌ ବ୍ୟାଗ୍‌ ଉଭାନ୍‌ ହୋଇଯିବା ପରେ ବ୍ୟାଙ୍କରେ ଉତ୍ତେଜନା ଦେଖାଦେଇଥିଲା । ତରବରିଆ ଭାବେ ବ୍ୟାଙ୍କରେ ଥିବା ସିସିଟିଭି ଯାଞ୍ଚ କରାଯାଇ ପୋଲିସକୁ ଖବର ଦିଆଯାଇଥିଲା ।

ସାଢ଼େ ୧୧ଟାର ଘଟଣା

ଖବର ପାଇବା ପରେ ଏସପି ସିଟି ବଜିର ସିଂ ପୂରା ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୧୧.୩୦ ସମୟରେ ନାବାଳକ ଜଣକ ବ୍ୟାଙ୍କକୁ ଆସି ୩୫ ଲକ୍ଷ ଟଙ୍କା ଥିବା ବ୍ୟାଗ ନେଇ ପଳାଇଥିବା କୁହାଯାଇଛି । ଏହାପୂର୍ବରୁ ସେ ୧୫-୨୦ ମିନିଟ୍ ପାଇଁ ବ୍ୟାଙ୍କରେ ବୁଲାବୁଲି କରିଥିଲା । ସୁଯୋଗ ପାଇବା ମାତ୍ରେ ସେ ବ୍ୟାଗ ନେଇ ଚାଲି ଯାଇଥିଲା ।

ବ୍ୟାଙ୍କରେ ଘଟିଥିବା ଏହି ଅପରାଧ ସୁଚିନ୍ତିତ ଷଡଯନ୍ତ୍ର ପରି ମନେ ହେଉଛି । ପିଲାଟି ମଧ୍ୟ କିଛି କୁଖ୍ୟାତ ଚୋର ଗ୍ୟାଙ୍ଗର ସଦସ୍ୟ ଥିବା କୁହାଯାଉଛି । ପୋଲିସ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦି କରିଛି ଏବଂ ଟଙ୍କା ବ୍ୟାଗ ନେଇ ବାହାରକୁ ଯାଇଥିବା ନାବାଳିକାକୁ ଚାରିଆଡ଼େ ଖୋଜୁଛି ।

ତେବେ ପିଲାଟି ବ୍ୟାଙ୍କରେ ଏକୁଟିଆ ନଥିଲା, ତା’ ସହ ଆଉ ଜଣେ ୨୫ ବର୍ଷ ବୟସ୍କ ଯୁବକ ମଧ୍ୟ ଥିବା ସିସିଟିଭିରେ ଦେଖିବାକୁ ମିଳୁଛି । ଏସପି କହିଛନ୍ତି ଯେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଟଙ୍କା ନେଇ ପଳାଇଥିବା ପିଲାଟିର କୌଣସି ଖୋଜଖବର ମିଳି ନାହିଁ ।