Advertisment

ଡାକ୍ତର ପାଲଟିଲେ ସଇତାନ; ରୋଗୀକୁ ଦୁଷ୍କର୍ମ ପରେ ବ୍ଲାକମେଲ୍ କରି ବନ୍ଧା ହେଲେ

କୋଲକାତା ଆରଜି କର ମେଜିକାଲ୍ କଲେଜ ତାତି ନଥମୁଣୁ ଆଉ ଏକ ଘଟଣା ସାମନାକୁ ଆସିଛି। ଡାକ୍ତରଙ୍କ ପାଇଁ ସମସ୍ତେ ନ୍ୟାୟ ଭିକ୍ଷା କରୁଥିବା ବେଳେ ଏହି ଘଟଣାରେ ଜଣେ ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Sonali Ojha
Doctor

Doctor

କୋଲକାତା ଆରଜି କର ମେଜିକାଲ୍ କଲେଜ ତାତି ନଥମୁଣୁ ଆଉ ଏକ ଘଟଣା ସାମନାକୁ ଆସିଛି। ଡାକ୍ତରଙ୍କ ପାଇଁ ସମସ୍ତେ ନ୍ୟାୟ ଭିକ୍ଷା କରୁଥିବା ବେଳେ ଏହି ଘଟଣାରେ ଜଣେ ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣା ଜିଲ୍ଲାର ହସନାବାଦର ଜଣେ ଡାକ୍ତର ମହିଳା ରୋଗୀଙ୍କୁ ଆନାସ୍ଥେଟିକ ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥିସହ ଫଟୋ ଭାଇରାଲ୍ ଧମକ ଦେଇ ୪ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି।

Advertisment

ଅଭିଯୁକ୍ତ ଡାକ୍ତର ହେଲେ ନୁର ଆଲାମ ସର୍ଦ୍ଦାର। ପୀଡିତା ଏବଂ ତାଙ୍କ ସ୍ୱାମୀ ଦେଇଥିବା ଅଭିଯୋଗ ଆଧାରରେ ଡାକ୍ତରଙ୍କୁ ଗିରଫ କରାଯାଇଥିବା ପୋଲିଲ କହିଛି। ମହିଳା ଜଣକ ଅଭିଯୋଗକରିଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀ ରାଜ୍ୟ ବାହାରକୁ ଯାଇଥିବା ବେଳେ ସେ ଚିକିତ୍ସା ପାଇଁ ଅଭିଯୁକ୍ତ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତର ତାଙ୍କୁ ଚେତାଶୂନ୍ୟ କରି ପରେ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ଡାକ୍ତର ପୀଡିତାଙ୍କର କିଛି ଫଟୋ ନେଇଥିଲେ। ଏହା ପରେ ଅଭିଯୁକ୍ତ ଡାକ୍ତର ଫଟୋ ଭାଇରାଲ କରିବାକୁ ଧମକ ଦେଇ ତାଙ୍କୁ ବ୍ଲାକମେଲ କରିବା ସହ ୪ ଲକ୍ଷ ଟଙ୍କା ମାଗିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ଡାକ୍ତର ତାଙ୍କୁ ବ୍ଲାକମେଲ କରି ଅନେକ ଥର ଦୁଷ୍କର୍ମ କରିଥିଲେ।

ଅଭିଯୋଗ ଅନୁଯାୟୀ, ଲୋକ ଲଜ୍ଜା ଭୟରେ ପୀଡିତା ପ୍ରଥମେ ଏ ବିଷୟରେ କାହାକୁ କିଛି କହି ନଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସେହି ସମୟରେ ତାଙ୍କ ସ୍ୱାମୀ ସହର ବାହାରେ ଥିବାରୁ ସେ ନିଜକୁ ଅସହାୟ ମନେ କରୁଥିଲେ। ତେବେ ନିକଟରେ ଯେତେବେଳେ ତାଙ୍କ ସ୍ୱାମୀ ଘରକୁ ଫେରିଥିଲେ, ସେତେବେଳେ ସେ ତାଙ୍କୁ ପୁରା କାହାଣୀ କହିଥିଲେ। ସ୍ୱାମୀ ତାଙ୍କୁ ସାନ୍ତ୍ୱନା ଦେଇ ପୋଲିସ ନିକଟରେ ଅଭିଯୋଗ କରିବାକୁ କହିଥିଲେ। ପୋଲିସ ହସନାବାଦର ବରୁଣହାଟରେ ଥିବା ତାଙ୍କ କ୍ଲିନିକ୍-କମ-ବାସଭବନରୁ ଅଭିଯୁକ୍ତକୁ ଗିରଫ କରିଥିଲା।ମଙ୍ଗଳବାର ଅପରାହ୍ନରେ ବସିରହାଟ କୋର୍ଟରେ ହାଜର ହେବା ପରେ ସର୍ଦ୍ଦାରଙ୍କୁ ଚାରି ଦିନ ରିମାଣ୍ଡରେ ନେଇଥିଲା।

Advertisment
Rape Case
Advertisment
Advertisment