Advertisment

ଆଶ୍ଚର୍ଯ୍ୟ ! ନିକ୍କିଙ୍କୁ ହତ୍ୟା ପୂର୍ବରୁ ସାଙ୍ଗଙ୍କ ସହ ଏନ୍‌ଗେଜ୍‌ମେଣ୍ଟ ପାର୍ଟିରେ ଜବରଦସ୍ତ ଡ୍ୟାନ୍ସ କରିଥିଲା ସାହିଲ

ସାହିଲ ଫେବୃଆରୀ ୯ ତାରିଖରେ ନିଜ ଏନ୍‌ଗେଜ୍‌ମେଣ୍ଟ ପାର୍ଟିରେ ସାଙ୍ଗମାନଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଥିଲା। ଏହାପରେ ନିକ୍କିଙ୍କ ତଣ୍ଟି ଚିପି ସେ ହତ୍ୟା କରି ମୃତଦେହକୁ ଫ୍ରିଜରେ ରଖିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Man Celebrates Engagement Party Before Killing Nikki Yadav

Before Killing Partner, Man Celebrated His Engagement Party

ନିକ୍କି ଯାଦବ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ। ଲିଭ୍‌-ଇନ୍‌ ପାର୍ଟନର ନିକ୍କିଙ୍କୁ ହତ୍ୟା କରିବା ପରେ ମୃତଦେହକୁ ସାହିଲ ଫ୍ରିଜରେ ରଖିଥିଲା। ଏହି ଘଟଣାରେ ପୋଲିସ୍‌ ସାହିଲକୁ ଗିରଫ କରି ପଚରାଉଚରା ଚଳାଇଛି। ପଚରାଉଚରା ବେଳେ ସାହିଲ କହିଛି ଯେ, ଲିଭ୍‌-ଇନ୍‌ ପାର୍ଟନର ନିକ୍କିଙ୍କ ସହ ସେ ରହିବେ ନା ବାପାମା’ ଠିକ୍‌ କରିଥିବା ଯୁବତୀଙ୍କୁ ବିବାହ କରିବେ ଏନେଇ ସେ ନିଷ୍ପତ୍ତି ନେଇ ପାରୁ ନଥିଲେ। ସବୁଠାରୁ ବଡ଼ କଥା, ଅଭିଯୁକ୍ତ ସାହିଲ ଫେବୃଆରୀ ୯ ତାରିଖରେ ନିଜ ଏନ୍‌ଗେଜ୍‌ମେଣ୍ଟ ପାର୍ଟିରେ ସାଙ୍ଗମାନଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଥିଲା। ଏହାପରେ ନିକ୍କିଙ୍କ ତଣ୍ଟି ଚିପି ସେ ହତ୍ୟା କରି ମୃତଦେହକୁ ଫ୍ରିଜରେ ରଖିଥିଲା। ଆଉ ସେହି ଦିନ ହିଁ ଅନ୍ୟ ଜଣେ ଯୁବତୀଙ୍କୁ ସେ ବାହା ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଲିଭ୍ଇନ ପରେ ସୈତାନ ସାଜିଲା ପ୍ରେମିକ; ପ୍ରେମିକାକୁ ମାରି ଫ୍ରିଜରେ ରଖି ଆଉ ଜଣଙ୍କୁ ହେଲା ବାହା

ଘଟଣା ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇ ସାହିଲ କହିଛି ଯେ, ୧୫ ଦିନ ପୂର୍ବରୁ ନିକ୍କି ଘରୁ ବାହାରି ଆସିଥିଲେ। ହେଲେ ଫେବୃଆରୀ ୯ ତାରିଖରେ ନିର୍ବନ୍ଧ ସରିବା ପରେ ସାହିଲ ଉତ୍ତମ ନଗର ସ୍ଥିତ ନିକ୍କିଙ୍କ ଘରକୁ ଯାଇଥିଲା ଓ ସେଠାରେ ତାଙ୍କ ସହ କିଛି ସମୟ ବିତାଇ ଥିଲା। ସାହିଲ ସହ ଗୋଆ ଯିବା ପାଇଁ ନିକ୍କି ପୂର୍ବରୁ ପ୍ଳାନ୍‌ କରି ସାରିଥିଲେ। ଏପରିକି ସେ ଟିକେଟ୍‌ ମଧ୍ୟ ବୁକ୍‌ କରି ସାରିଥିଲେ। ହେଲେ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଥିଲେ ଓ ହିମାଚଳ ପ୍ରଦେଶ ଯିବା ପାଇଁ ନିକ୍କି ପ୍ଲାନ୍‌ କରିଥିଲେ। 

Advertisment

ପୋଲିସ୍‌ ସୂଚନା ଅନୁସାରେ, କାଶ୍ମୀର ଗେଟ୍‌ ନିକଟରେ ପହଞ୍ଚିବା ପରେ କାର୍‌ ଭିତରେ ନିକ୍କି ଓ ସାହିଲଙ୍କ ମଧ୍ୟରେ ବିବାହକୁ ନେଇ ଜୋରରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାହିଲ, ନିକ୍କିଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ପଚରାଉଚରା ବେଳେ ସାହିଲ ପୋଲିସ୍‌କୁ ସୂଚନା ଦେଇଥିଲା ଯେ, ନିର୍ବନ୍ଧକୁ ନେଇ ନିକ୍କି ରାଗି ଯାଇଥିଲେ ଓ ଅନ୍ୟ ଯୁବତୀଙ୍କୁ ବାହା ନହେବା ପାଇଁ କହିଥିଲେ। ଏହାସହ ହିମାଚଳ ପ୍ରଦେଶ ଯିବା ପାଇଁ ବାଧ୍ୟ କରିଥିଲେ।

ଫେବୃଆରୀ ୯-୧୦ ମଧ୍ୟରାତ୍ରିରେ ଏହି ହତ୍ୟାକାଣ୍ଡ ହୋଇଥିଲା। ସାହିଲ, ନିକ୍କିଙ୍କ ମୃତଦେହକୁ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ନିଜ ଢାବାରେ ଫ୍ରିଜରେ ରଖିଥିଲା। ଆଉ ସେହି ଦିନ ହିଁ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହୋଇଥିଲା। ଘଟଣା ଜଣାପଡ଼ିବା ପରେ ପୋଲିସ୍‌ ମଙ୍ଗଳବାର ଦିନ ସାହିଲକୁ ଗିରଫ କରିଥିଲା।

Murder Murder Case
Advertisment
Advertisment