Advertisment

ମୃତ୍ୟୁ ପୂର୍ବରୁ ଭୁବନେଶ୍ୱର ଆସିଥିଲେ ଋଷ୍‌ ପର୍ଯ୍ୟଟକ ପାଭେଲ୍‌

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Russia Tourist Pavel Antov Came Bhubaneswar Before Death

Before Death Russia Tourist Pavel Antov Came To Bhubaneswar

Advertisment

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।ରାୟଗଡ଼ା ଯିବା ପୂର୍ବରୁ ଭୁବନେଶ୍ୱର ଆସିଥିଲେ ୪ ରୁଷୀୟ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରେ ମୃତ ସାଂସଦ ପାଭେଲ୍‌ ଆନ୍ତୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର୍ ବିଦାନୋଭ ଥିଲେ। ସମ୍ଭବତଃ ଲିଙ୍ଗରାଜ ମନ୍ଦିର ନିକଟରେ ଏହି ୪ ରୁଷୀୟ ପର୍ଯ୍ୟଟକ ଫଟୋ ଉଠାଇଥିଲେ। ଦିଲ୍ଲୀରୁ ଭୁବନେଶ୍ୱର ପହଞ୍ଚିବା ପରେ ରାଜଧାନୀର ଏକ ହୋଟେଲରେ ସେମାନେ ରହିଥିଲେ। ଟ୍ରିପ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ଏହି ହୋଟେଲରେ ସେମାନେ ୩ଟି ରୁମ୍ ବୁକ୍ କରିଥିଲେ। 

Advertisment

୨୧୨ ନମ୍ବର ରୁମ୍‌ରେ ଆନ୍ତୋଭ ଓ ଭ୍ଲାଦିମିର ରହିଥିଲେ। ସମସ୍ତେ ୧୯ ତାରିଖ ଦିନ ଚେକ୍ ଇନ୍ କରିଥିବା ବେଳେ ୨୦ ତାରିଖ ସକାଳ ୮ଟା ୧୧ରେ ଚେକ୍ ଆଉଟ୍ କରିଥିଲେ।ଭୁବନେଶ୍ୱରରେ ରହିବା ସମୟରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିବାର ସୂଚନା ମିଳିଛି। ପରେ ସେମାନେ ଦାରିଙ୍ଗବାଡ଼ି ଯାଇଥିଲେ।  ସେଠାରୁ ରାୟଗଡ଼ା ଯାଇଥିଲେ। ରାୟଗଡ଼ାରେ ଏକ ହୋଟେଲରେ ରହିବା ସମୟରେ ସନ୍ଦେହଜନକ ଅବସ୍ଥାରେ ଆନ୍ତୋଭ ଓ ଭ୍ଲାଦିମିରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ,ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

Advertisment

ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଓ ୫ ଜଣିଆ ସାଇଣ୍ଚିଫିକ୍ ଟିମ୍ ରାୟଗଡ଼ା ଥାନାକୁ ଯାଇ ତଦନ୍ତ କରିଛନ୍ତି।  ପ୍ରଥମେ ଏହି ଟିମ୍ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇଆସି ରଶ୍ମିରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ପରେ ସାକ୍ଷୀମାନଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ଅଛି। ଆନ୍ତୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଦିମିରଙ୍କ ପରିବାର ସହ ଯୋଗାଯୋଗ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଉଦ୍ୟମ ଚଳାଇଛନ୍ତି। 

ଉଭୟ ମୃତକଙ୍କ ମେଡିକାଲ ରେକର୍ଡ ମଧ୍ୟ ମଗା ଯାଇଛି। ପାନାସେଙ୍କୋ ନାଟାଲିଆ ଓ ଟୁରୋଭ ମିଖାଇଲ ଦମ୍ପତିିଙ୍କ ତଥ୍ୟ ମଧ୍ୟ ଯାଞ୍ଚ କରିବ ତଦନ୍ତକାରୀ ଟିମ୍‌। ଦମ୍ପତି ନାଟାଲିଆ ଓ ମିଖାଇଲ ତଦନ୍ତରେ ସହଯୋଗ କରୁଥିବା ସୂଚନା ମିଳିଛି। କିଭଳି ଘଟଣା ଘଟିଲା, ସେନେଇ ଉଭୟଙ୍କଠାରୁ କ୍ରାଇମବ୍ରାଞ୍ଚ ତଥ୍ୟ ସଂଗ୍ରହ କରିଛି। 

Advertisment
Russia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ