/odishatv-khabar/media/post_attachments/uploadimage/library/16_9/16_9_0/_Bareilly_1690615435.jpg)
Bareilly
ମଣିଷ ହରାଉଛି କି ମାନବିକତା ? ଭୁଲିଯାଉଛି ନିଜର ହିତାହିତ ଜ୍ଞାନ । ଦିନକୁ ଦିନ ଆମ ଦେଶରେ କେଉଁଠି ନା କେଉଁଠି ଲୋମ ଟାଙ୍କୁରି ଉଠିବା ପରି ଅପରାଧ ଦେଖିବାକୁ ମିଳୁଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ଅପରାଧ ଘଟାଉଥିବା ଅଭିଯୁକ୍ତମାନଙ୍କୁ ଗିରଫ କରୁଛି ପୋଲିସ । ନିକଟରେ ମଣିପୁରରେ ଘଟିଥିବା ଅମାବନୀୟକାଣ୍ଡ ସାଧାରଣ ଲୋକଙ୍କ ମନରୁ ଲିଭି ନଥିବାବେଳେ ବର୍ତ୍ତମାନ ପୁଣି ୟୁପିରୁ ଆସିଛି ଏକ ଛାତିଥରା ଦୃଶ୍ୟ ।
ଜଣେ ଯୁବକଙ୍କୁ ତିନି ଜଣ ଯୁବକ ସ୍କୁଟି ପଛରେ ବାନ୍ଧି ରାଜରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛିନ୍ତି । ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗତ ଶୁକ୍ରବାର ଦିନ ଏହି ଭିଡିଓଟି ସାମ୍ନାକୁ ଆସିଥିବାବେଳେ ଯୁବକଙ୍କୁ ସ୍କୁଟି ପଛରେ ଟାଣି ଟାଣି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୂଚନା ମୁତାବକ ୟୁପି ସଞ୍ଜୟ ନାଗର ବରେଲି ପୋଲିସ ଷ୍ଟେସନ ବାରଡାରୀରୁ ଏହି ଘଟଣା ସାମ୍ନାକୁ ଆସିଛି । ତିନିଜଣ ଯୁବକ ଏହି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଯୁବକ ଜଣକ ସ୍କୁଟି ପଛରେ ପେଟରେ ଘୋଷାଡ଼ି ଘୋଷାଡ଼ି ହୋଇ ରାସ୍ତାରେ ଯାଉଛନ୍ତି । ମଣିଷ ରୂପୀ ରାକ୍ଷସଙ୍କ ଠାରୁ ନିଜକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଅଭିଯୁକ୍ତ ମାନଙ୍କର ହୃଦୟ ଟିକିଏ ବି ତରଳୁନାହିଁ ।
ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ଗାଡ଼ିଟିର ନମ୍ବର ସ୍ପଷ୍ଟ ଭାବେ ଦେଖାଯାଉନାହିଁ । ଏପରିକି ଅଭିଯୁକ୍ତମାନଙ୍କୁ ଚିହ୍ନିବାରେ ଅସୁବିଧା ମଧ୍ୟ ହେଉଛି । ତେଣୁ ଆଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇପାରିନାହିଁ ।
ସେପଟେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ବାରଦାରୀ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଅଭିଷେକ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପୋଲିସ ହାତରେ ଅଭିଯୁକ୍ତମାନଙ୍କ ସିସିଟିଭି ଫୁଟେଜ ଲାଗିଛି । କିନ୍ତୁ ଅଭିଯୁକ୍ତମାନେ ସିସିଟିଭିରେ ସ୍ପଷ୍ଟ ଭାବେ ଚିହ୍ନଟ ହୋଇନାହାଁନ୍ତି । ନିକଟରେ ଲାଗିଥିବା ଅନ୍ୟ ସିସିଟିଭି ଫୁଟେଜ୍ ପୋଲିସ ଯାଞ୍ଚ କରୁଛି । ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ ପରେ ଗିରଫ କରାଯିବ ।
In #Bareilly, three scooty riding youths tied a young man behind the scooty and dragged him brutally. pic.twitter.com/uRA26oKrFd
— Nikhil Choudhary (@NikhilCh_) July 28, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)