/odishatv-khabar/media/post_attachments/uploadimage/library/16_9/16_9_0/Bar_Owner_1723045199.jpg)
Bar Owner
ଭୁବନେଶ୍ୱରରେ ବାର ଗାର୍ଲଙ୍କୁ ନିର୍ଯାତନା ଅଭିଯୋଗରେ ମାଲିକ ଗିରଫ। ଧଉଳି ଥାନା ଅଞ୍ଚଳରେ ଥିବା ବାର ମାଲିକ ଓ ତାଙ୍କ ଏଜେଣ୍ଟକୁ ଗିରଫ କଲା ପୋଲିସ। ଗିରଫ ଦୁଇ ଜଣ ହେଲେ ଶିବ ପ୍ରାସାଦ ମଲ୍ଲିକ ଓ ଜ୍ୟୋତି ପ୍ରକାଶ ନାୟକ। ଅଭିଯୋଗ ହୋଇଛି, ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିଲେ। ବାର୍ ଗାର୍ଲଙ୍କୁ ଉଦ୍ଧାର ସହ ମାଲିକଙ୍କୁ ଗିରଫ କରିଛି ଧଉଳି ପୋଲିସ।
Advertisment
ସେମାନଙ୍କୁ ଇଚ୍ଛା ବିରୋଧରେ ବିଳମ୍ବିତ ରାତି ଯାଏ ଡ୍ୟାନ୍ସ ପାଇଁ କହିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ କମିଶନରେଟ ପୋଲିସର ହର ଟିମକୁ ଜଣାଇଥିଲେ। ପୋଲିସ ଓ ହର୍ ଟିମ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଧଉଳି ଥାନାରେ ଅଭିଯୋଗ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)