Advertisment

ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ।

ଅଦ୍ୟତନ ହୋଇଛି
Odisha Lawyers' Strike

Protest

Advertisment

ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି। ସିସିଟିଭି ଫୁଟେଜ୍‌ର ତର୍ଜମା ଚାଲିଛି। ଆନ୍ଦୋଳନ ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ। ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ କଲା ବାର୍ କାଉନସିଲ୍ ଅଫ ଇଣ୍ଡିଆ। ଏମାନଙ୍କ ଲାଇସେନ୍ସ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତକାଲିଠାରୁ ଏହି ନିଲମ୍ବନ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି। ସେହିଭଳି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନର ସମସ୍ତ ଓକିଲଙ୍କ ଲାଇସେନ୍ସକୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି। ଆନ୍ଦୋଳନ ବେଳେ ସାମିଲ ହୋଇ ହିଂସା ଘଟାଇବା, ବିଚାରପତି ମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ, ସ୍ଲୋଗାନ ଦେବା, ଜଜ୍ ମାନଙ୍କ କୁଶପୁତ୍ତଳିକା ପୋଡ଼ିବା, ବାର କାଉନ୍ସିଲ୍ ଅଫ ଇଣ୍ଡିଆ ଓ ରାଜ୍ୟ ବାର କାଉନ୍ସିଲ୍ ସଦସ୍ୟଙ୍କ କୁଶପୁତ୍ତଳିକା ପୋଡ଼ିବା, କୋର୍ଟ ରୁମ ଭିତରକୁ ପଶିଭଙ୍ଗା ରୁଜା କରିବା, ପୋଲିସ ସହ ଦୁର୍ବ୍ୟବହାର ଆଦି ଘଟଣାରେ ବାର କାଉନ୍ସିଲ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଅଧିକ ପଢ଼ନ୍ତୁ: ବଡ଼ ପଦକ୍ଷେପ ! ଓକିଲଙ୍କ ଲାଇସେନ୍ସ ବାତିଲ, ଦେଢ଼ ବର୍ଷ ଯାଏ କରିପାରିବେନି ଓକିଲାତି

Advertisment

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ।  ତେବେ ଗତକାଲି ହୋଇଥିବା ହିଂସାତ୍ମକ ଆନ୍ଦୋଳନ ନେଇ ମଧ୍ୟ ରାଜ୍ୟ ବାର କାଉନ୍ସିଲ ପକ୍ଷରୁ ବାର କାଉନ୍ସିଲ ଅଫ ଇଣ୍ଡିଆକୁ ସୂଚନା ଦିଆଯାଇଛି। ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅନ୍ୟ ବାର ଆସୋସିଏସନ୍ ସାମିଲ ଥିବା ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ବି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର କାଉନସିଲ୍ ଚେତାବନୀ ଦେଇଛି।

ଆଜି ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ନେଇ ବାର କାଉନ୍ସିଲ୍ ଅଫ ଇଣ୍ଡିଆକୁ ସବିଶେଷ ସୂଚନା ଦେବ ରାଜ୍ୟ ବାର କାଉନ୍ସିଲ୍। ଏହି ରିପୋର୍ଟ ଆଧାରରେ ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି ବାର କାଉନ୍ସିଲ। ଅନ୍ୟପଟେ ନିଲମ୍ବିତ ଓକିଲ ଯେଭଳି କୌଣସି କୋର୍ଟ କାର୍ଯ୍ୟରେ ଭାଗ ନେଇ ନପାରିବେ ସେନେଇ ସମସ୍ତ କୋର୍ଟଙ୍କୁ ଅବଗତ କରାଇବା ପାଇଁ ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ। 

Advertisment
Police HIgh Court Bench Protest Lawyers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ