Advertisment

Bangladeshi Women in Sex Racket: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଗିରଫ ଦଂପତିଙ୍କୁ ମଧୁପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଦ୍ୟତନ ହୋଇଛି
ଦଲାଲ ଦମ୍ପତି ଗିରଫ

ଦଲାଲ ଦମ୍ପତି ଗିରଫ

Advertisment

ବାଂଲାଦେଶୀ ସେକ୍ସ ରାକେଟ୍ ମାମଲାରେ ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଗିରଫ ଦଂପତିଙ୍କୁ ମଧୁପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସଦର ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଘରୁ ପୋଲିସ ଉଠାଇ ଆଣି ପଚରାଉଚରା କରିବା ପରେ, ପୋଲିସ ଆଗରେ ସତ ଉଗାଳିଛନ୍ତ ପତି-ପତ୍ନୀ ।

Advertisment

ନାବାଳିକାଙ୍କୁ ଦେହ ବ୍ୟବସାୟରେ ବ୍ୟବହାର କରି ଟଙ୍କା ରୋଜଗାର କରୁଥିଲେ । ଉଦ୍ଧାର ନାବାଳିକା ଓ ଦମ୍ପତିଙ୍କୁ ସାମ୍ନାସାମ୍ନି ବସାଇ ଜେରା ମଧ୍ୟ କରିଥିଲା ପୋଲିସ । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଭଡ଼ା ଘରେ ରହି ଦମ୍ପତି ଏଭଳି କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଏ ବାବଦରେ ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯିବା ସହ, ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ପୋଲିସ ତଦନ୍ତ କରୁଥିବା କଟକ ଡିସିପି କହିଛନ୍ତି। ଏପଟେ ଭୁବନେଶ୍ବରରେ ବି ଦଲାଲଙ୍କ ଜରିଆରେ ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ ବୁଲୁଥିବାରୁ, କେଉଁଠି ଏ ବେଆଇନ୍ କାରବାର ଚାଲିଛି, ସେଭଳି ଠିକଣା ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି ।

ଏବେ ପ୍ରଶ୍ନ ଉଠୁଛି, ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ? କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ନାବାଳିକା ଉଦ୍ଧାର ଘଟଣା ଓ ତାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନଙ୍କ ରିପୋର୍ଟ ପରେ ଏବେ ଦ୍ବୈତନଗରୀରେ ବାଂଲଦେଶୀ ସେକ୍ସ ରାକଟେକୁ ନେଇ ଚର୍ଚ୍ଚା ହେଉଛି। ନାବାଳିକାଙ୍କ ବୟାନ ଆଧାରର CWC ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ତାକୁ ନେଇ ଖେଳିଛି ଚାଞ୍ଚଲ୍ୟ।

Advertisment

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ

ନାବାଳିକା ଜଣକ କହିଥିଲେ, ତାଙ୍କ ଘର ବାଂଲାଦେଶରେ । ପରିବାରରେ ଆର୍ଥିକ ବୋଝରୁ ମୁକୁଳିବାକୁ ଚାକିରି ଖୋଜୁଥିବା ବେଳେ ସେଠାକାର ଦୁଇ ଜଣ ବ୍ୟକ୍ତିଙ୍କ ସହାୟତାରେ ପ୍ରଥମେ କୋଲାକାତା, ଆଉ ତାପରେ ପହଞ୍ଚିଥିଲେ ଭୁବନେଶ୍ବର । ଭୁବନେଶ୍ବରରେ ତାଙ୍କୁ ଏକ ମସାଜ୍ ପାର୍ଲରରେ କାମ ମିଳିଥିଲା । ପରେ ତାଙ୍କୁ ସେକ୍ସ ୱାର୍କର ଭାବେ ନିୟୋଜିତ କରାଯାଇଥିଲା। ସେଠାରୁ ତାଙ୍କୁ କଟକ ନେଇ ଶୋଷଣ କରାଯିବା ଭିତରେ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ । ନାବାଳିକାଙ୍କ ଏ ବୟାନ ଆଧାରରେ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାରେ ପୋଲିସ୍ ଆଜି ଏକ ଦମ୍ପତିଙ୍କୁ ଉଠାଇ ଆଣି ପଚାରାଉଚରା କରୁଥିବା ସୂଚନା ମିଳିଛି।

Advertisment

ରାଜଧାନୀ ଭୁବନେଶ୍ବର ସହ ଲିଙ୍କ୍ ଥାଇ କଟକରୁ ସନ୍ଦିଗ୍ଧ ବାଲାଂଦେଶୀ ନାବାଳିକା ଉଦ୍ଧାର ପରେ ଖୋଲିବାରେ ଲାଗିଛି ସ୍ମାର୍ଟ ସିଟିରେ ଚାଲିଥିବା ବାଂଲାଦେଶୀ ସେକ୍ ରାକେଟର ଗୁମର । ବହୁ ବାଂଲାଦେଶୀ ଯୁବତୀ ସେକ୍ସ ୱାର୍କର ଭାବେ ସକ୍ରିୟ ଥିବା କୁହାଯାଉଛି। ଯାହାର ପ୍ରମାଣ ଦେଉଛି ଦଲାଲଙ୍କଠାରୁ ମିଳିଥିବା ଯୁବତୀଙ୍କ ଫଟୋ । କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି। ଯାହାର ପ୍ରମାଣ ଦେଉଛି ଯୁବତୀଙ୍କ ବୟାନ।

ଅଧିକ ପଢ଼ନ୍ତୁ: ଭୁବନେଶ୍ବରରେ ‘ବାଂଲା’ ସେକ୍ସ ରାକେଟ୍; ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

କଟକରୁ ନାବାଳିକା ଉଦ୍ଧାର, ଭୁବନେଶ୍ବରେ ବାଂଲାଦେଶୀ ଯୁବତୀଙ୍କ ଭେରାଇଟି ଫଟୋ ବୁଲିବା ଆଉ ଏଠି ଏମାନେ ସକ୍ରିୟ ସେକ୍ସ ରାକେଟ୍ ଚଳାଇଥିବା କଥା ସାମ୍ନାକୁ ଆସିବା ପରେ ରାଜଧାନୀରେ ଆଲର୍ଟ ମୋଡକୁ ଆସିଛି କମିଶନରେଟ୍ ପୋଲିସ। ଡିସିପି କହିଛନ୍ତି କେଉଁ ଦଲାଲ ବାଂଲାଦେଶୀ ଯୁବତୀଙ୍କୁ ରଖି ଅନୈତିକ କାର୍ଯ୍ୟ କରାଉଛନ୍ତି ତାର ଖୋଳତାଡ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Cuttack Commissionerate Police Sex Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ