Advertisment

Train Hijacked in Pakistan: ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ୪୦୦ ଯାତ୍ରୀ ପଣବନ୍ଦୀ

ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ସମ୍ପୂର୍ଣ୍ଣ ଟ୍ରେନକୁ ନିୟନ୍ତ୍ରଣରେ ରଖିଥିବା ବେଳେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି। ସେହିପରି ଟ୍ରେନକୁ ନିୟନ୍ତ୍ରଣକୁ ନେବା ବେଳେ ପାକିସ୍ତାନର ୬ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ। ବିଏଲଏ ପକ୍ଷରୁ କୁହାଯାଇଛି କି ଏହି ଘଟଣାରେ ବିଏଲଏ ମଜିଦ ବିଗ୍ରେଡ ଫତେହ ଓ ଏସଟିଓସ ଅନ୍ତର୍ଭୁକ୍ତ ଥିଲେ।

ଅଦ୍ୟତନ ହୋଇଛି
train

train

Advertisment

ପାକିସ୍ତାନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଯାତ୍ରୀବାହୀ ଟ୍ରେନକୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ। ବେଲୁଚିସ୍ତାନର ଆତଙ୍କବାଦୀ ମାନେ ଏଭଳି କାଣ୍ଡ ଭିଆଇଥିବା ବେଳେ ୪୦୦ରୁ ଅଧିକ ଯାତ୍ରୀ ପଣବନ୍ଦୀ ରହିଛନ୍ତି। ଦ ବାଲୋଚ ଲିବରେସନ ଆର୍ମି ନାମକ ଏକ ଆତଙ୍କୀ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।

Advertisment

ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ସମ୍ପୂର୍ଣ୍ଣ ଟ୍ରେନକୁ ନିୟନ୍ତ୍ରଣରେ ରଖିଥିବା ବେଳେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି। ସେହିପରି ଟ୍ରେନକୁ ନିୟନ୍ତ୍ରଣକୁ ନେବା ଅବସରରେ ପାକିସ୍ତାନର ୬ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ। ବିଏଲଏ ପକ୍ଷରୁ କୁହାଯାଇଛି କି ଏହି ଘଟଣାରେ ବିଏଲଏ ମଜିଦ ବିଗ୍ରେଡ ଫତେହ ଓ ଏସଟିଓସ ଅନ୍ତର୍ଭୁକ୍ତ ଥିଲେ। ଜାଫର ଏକ୍ସପ୍ରେସ ନାମକ ଏକ ଯାତ୍ରୀବାହି ଟ୍ରେନକୁ ଅପହରଣ କରାଯାଇଛି। ଜାଫର ଏକ୍ସପ୍ରେସ ପାକିସ୍ତାନର ଦକ୍ଷିଣ ପଶ୍ଚିମ ବେଲୁଚିସ୍ତାନ ସ୍ଥିତ କ୍ବେଟ୍ଟା ପ୍ରଦେଶରୁ ଖାଇବର ପଖତୁନୱାଲାର ପେଶାୱର ଅଭିମୁଖେ ଟ୍ରେନଟି ଯାତ୍ରା କରୁଥିଲା।

ଅଧିକ ପଢ଼ନ୍ତୁ: WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

Advertisment

ସାଧାରଣତଃ ସିନେମାରେ ବିମାନକୁ ଆତଙ୍କବାଦୀ ମାନେ ଅପହରଣ କରିଥାନ୍ତି। ମାତ୍ର ପ୍ରଥମ ଥର ଆତଙ୍କୀ ମାନେ ଏକ ଟ୍ରେନକୁ ଅପହରଣ କରିଛନ୍ତି। ଦୀର୍ଘ ସମୟ ଧରି ଯୋଜନା ପ୍ରସ୍ତୁତ କରି ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଥିବା କହିଛି ବିଏଲଏ। ପ୍ରଥମେ ବିଏଲଏ ଆତଙ୍କବାଦୀ ମାନେ ଟ୍ରେନ ଟ୍ରାକ ଉଡାଇ ଦେଇଥିଲେ। ଏହି କାରଣରୁ ଟ୍ରେନ ଅଟକିବା ପରେ ଆତଙ୍କବାଦୀ ମାନେ ଅସ୍ତ୍ରଶସ୍ତ୍ର ସହିତ ପ୍ରବେଶ କରି ଟ୍ରେନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ।

Press Release Of Baloch Liberation Party
ବାଲୋଚ ଲିବରେସନ ପାର୍ଟିର ବିଜ୍ଞପ୍ତି

ପାକିସ୍ତାନ ସୁରକ୍ଷା ବଳ ଯଦି ବଳପୂର୍ବକ ଉଦ୍ଧାର ପ୍ରୟାସ କରେ ତେବେ ଏହାର ଫଳ ଭୋଗିବାକୁ ପଡିବ ବୋଲି ବିଏଲଏ ଚେତାବନୀ ଦେଇଛି। ପାକିସ୍ତାନ ସୁରକ୍ଷା ବଳ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି। ଏହା ସହିତ ଏସବୁ ପାଇଁ ପାକିସ୍ତାନ ସରକାର ଦାୟୀ ରହିବେ ବୋଲି ଆତଙ୍କୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା

Train Pakistan Abduction Train Hijack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ