Advertisment

ବାଲି ପାଇଁ ବାଲେଶ୍ୱରରେ ମହାଭାରତ : NGTଙ୍କ ବାରଣ ସତ୍ତ୍ୱେ ସୁବର୍ଣ୍ଣରେଖାରୁ ବାଲି ଚୋରି

ରାତିରେ ବାଲି ଡମ୍ପିଂ କରି ଦିନରେ ବିକ୍ରି

author-image
Prangyan Parimita
undefined

sand mafia

ବାଲି ଚୋରା ଚାଲାଣକୁ ନେଇ ବାଲେଶ୍ୱର ଜିଲ୍ଲାରେ ମହାଭାରତ । ପ୍ରଥମେ ଉପ ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ, ପରେ ପୋଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ । କିନ୍ତୁ ତା ପରେ ବି ଜିଲ୍ଲାରେ ବନ୍ଦ୍ ହୋଇନି ବେଆଇନ୍ ବାଲି କାରବାର, କି ଡରି ନାହାନ୍ତି ମୁନାଫାଖୋର ବାଲି ବ୍ୟବସାୟୀ। ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ଏନଜିଟି ସମ୍ପୂର୍ଣ୍ଣ ନିଷେଧ କରିଥିଲେ ବି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଫୁ କରି ନଦୀରୁ ନିରବଚ୍ଛିନ୍ନ ଭାବେ ଉଠାଯାଉଛି ବାଲି ।

Advertisment

ବାଲେଶ୍ୱର ଜଳେଶ୍ୱର ବ୍ଲକର ଦକ୍ଷିଣ ପ୍ରହରାଜପୁର ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଏଠୁ ବାଲି ଉତ୍ତୋଳନ ପାଇଁ ନିୟମ ନଥାଇ ବି ମେସିନ୍ ସହାୟତାରେ ଅନବରତ ଖାଲି ହେଉଛି ସୁବର୍ଣ୍ଣରେଖା ନଦୀ ଗର୍ଭ । କି ଦିନ କି ରାତି, ୨୪ ଘଣ୍ଟା ବାଲି ଉତ୍ତୋଳନ ସାଙ୍ଗକୁ ସିଧାସଳଖ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ବି ହେଉଛି। କଥା ହେଉଛି, ସ୍ପଷ୍ଟ ଦିବାଲୋକରେ ଏ ବେନିୟମ କାରାବର ଚାଲିଥିଲେ ବି ଏଠି ପ୍ରଶାସନର ନଜର କେମିତି ପଡୁନି, ତାକୁ ନେଇ ଉଠିଛି ପ୍ରଶ୍ନ।...

ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ରେମୁଣା, ସଦର ବ୍ଲକ୍ ଓ ନୀଳଗିରି ଆଦି ଅଞ୍ଚଳରେ ଶହ ଶହ ସ୍ଥାନରେ ଡମ୍ପିଂ କରି ଅଭିନବ ଉପାୟରେ ବାଲି ଚୋରି କରୁଛନ୍ତି ମାଫିଆ । ଅଭିଯୋଗ ହେଉଛି, ଯେ ରାତି ସାରା ଡମ୍ପିଂ ସ୍ଥାନରୁ ଦିନ ତମାମ୍ ବାଲି ବିକ୍ରି କରିବା ପରେ ରାତିରେ ପୁଣି ସେହି ସ୍ଥାନରେ ଡମ୍ପିଂ କରୁଛନ୍ତି ବାଲି ବ୍ୟବସାୟୀ। ଦିନ ବେଳେ ଡମ୍ପିଂରୁ ଯେତିକି ବାଲି ବିକ୍ରି ହେଉଛି, ରାତିରେ ତାକୁ ଭରଣା କରି ସକାଳୁ ଡମ୍ପିଂ ସ୍ଥାନର ସ୍ଥିତାବାସ୍ଥାକୁ ବଜାୟ ରଖାଯାଉଛି।

Advertisment

ବେଆଇନ୍ ବାଲି ଠୁଳ ପାଇଁ ପ୍ରଶାସନ କେବେ କେମିତି ଚଢାଉ କଲେ, ବର୍ଷକୁ କେବଳ ଥରେ କି ଦୁଇଥର ଫାଇନ ଦେଇ, ବାକି, ବର୍ଷ ସାରା ଏଇ ତରିକାରେ ବାଲି ବ୍ୟବସାୟ କରୁଛନ୍ତି ଅସାଧୁ ବ୍ୟବସାୟୀ । ତେବେ ବାଲି ମାଫିଆଙ୍କ ଏ ଯୋଜନାବଦ୍ଧ ଲୁଟ ସମ୍ପର୍କରେ ପ୍ରଶାସନ ପାଖରେ ଖବର ରହିଥିବା କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଏଭଳି କାରବାରକୁ ରୋକିବାକୁ ଅଞ୍ଚଳରେ ପାଟ୍ରୋଲିଂ ସହ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ତନଖି ଫାଟକର ବ୍ୟବସ୍ଥା ହେଉଥିବା କହିଛନ୍ତି ଜିଲ୍ଲାପାଳ।...

Sand Mafia
Advertisment
Advertisment