Advertisment

ପୀଡ଼ିତା ବାପାଙ୍କ ବଡ଼ ବୟାନ- ‘ମାନସିକ ଦୁଶ୍ଚିନ୍ତା ନେଲା ମୋ ଝିଅ ଜୀବନ’

ସେ କହିଛନ୍ତି, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି। ମୋ ପାଖରେ ମୋ ଝିଅ ଆଜି ନାହିଁ। ମାନସିକ ଚିନ୍ତା ଯୋଗୁଁ ସେ ତାର ଜୀବନ ନେଇଛି। ଆପଣମାନେ ରାଜନୀତି ନ କରି ତା ପାଇଁ ପ୍ରାର୍ଥନା କରନ୍ତୁ। ‘ତାର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ’

author-image
Niharika Routray
Balanga Victim’s Father

Balanga Victim’s Father

୧୪ ଦିନ ଧରି ମରଣ ସହ ସଂଘର୍ଷ କରିବା ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ସରକାର ଓ ବିଶେଷଜ୍ଞ ଡାକ୍ତରୀ ଟିମଙ୍କ ନିରନ୍ତର ଚେଷ୍ଟା ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ।

Advertisment

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ମାମଲାରେ ବଡ଼ ମୋଡ଼ ଆଣିଛନ୍ତି ବଳଙ୍ଗା ପୀଡିତାଙ୍କ ବାପା।

ସେ କହିଛନ୍ତି, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି। ମୋ ପାଖରେ ମୋ ଝିଅ ଆଜି ନାହିଁ। ମାନସିକ ଚିନ୍ତା ଯୋଗୁଁ ସେ ତାର ଜୀବନ ନେଇଛି। ଆପଣମାନେ ରାଜନୀତି ନ କରି ତା ପାଇଁ ପ୍ରାର୍ଥନା କରନ୍ତୁ। ‘ତାର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ’

Advertisment

ଗତ ୧୯ ତାରିଖରେ ବଳଙ୍ଗା ଅଞ୍ଚଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଗାଁ ନଦୀ ବନ୍ଧରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ୩ ଯୁବକ ନିଆଁ ଲଗାଇ ଦେଇଥିବା ଘଟଣାର ପ୍ରାରମ୍ଭରେ ଶୁଣିବାକୁ ମିଳିଥିଲା। ଏହାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

। ଇତି ମଧ୍ୟରେ ଗୁରୁତର ଥିବାରୁ ଜୁଲାଇ ୧୯ ତାରିଖରେ ଚିକିତ୍ସା ପାଇଁ ନାବାଳିକାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୨୦ରେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ଏମସରୁ ଦିଲ୍ଲୀ ଏମସକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।

ଜୁଲାଇ ୨୩- ଦିଲ୍ଲୀ ଏମସରେ ପୀଡିତା ଓ ପରିବାରବର୍ଗଙ୍କୁ ଭେଟିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେଠାରେ ସେ ତାଙ୍କ ଚିକିତ୍ସା ନେଇ ଡାକ୍ତରୀ ଟିମ୍ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜୁଲାଇ ୨୬ରେ ପୀଡ଼ିତାଙ୍କ ଅସ୍ତ୍ରୋପଚାର ସହ ସ୍କିନ୍ ଗ୍ରାଫଟିଂ ହୋଇଥିବା ନେଇ. ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜୁଲାଇ ୩୧ରେ ତୃତୀୟ ଥର ପାଇଁ ପୀଡିତାଙ୍କ ବୟାନ ରେକର୍ଡ ହୋଇଥିଲା।

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଥିଲେ। ତଥାପି ଚାଲିଗଲା ଜୀବନ।

Victim Father Politicise
Advertisment
Advertisment