Advertisment

Baby Boy Sold: ଜନ୍ମକଲା ଛୁଆକୁ ବିକିଦେଲେ ଦମ୍ପତି; ସେହି ଟଙ୍କାରେ କିଣିଲେ ନୂଆ ବାଇକ୍ !

ଧର୍ମୁ ଗାଁର ଦୁଇଜଣ ଯୁବକଙ୍କ ଯୋଗାଯୋଗ କ୍ରମେ ଉଦଳା ଉପଖଣ୍ଡ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେହି ଟଙ୍କାରେ ସେହିଦିନ ଏକ ନୂଆ ବାଇକ କିଣିଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Jaleswar

Jaleswar

Advertisment

ପୁଣି ଶିଶୁ ବିକ୍ରି ଅଭିଯୋଗ। ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ନଟାକଟା ପଞ୍ଚାୟତ ହଦମୌଦ ଗାଁରୁ । ଧର୍ମୁ ବେହେରା ନବଜାତ ପୁତ୍ର ସନ୍ତାନକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ପିଲାକୁ ଉଦଳା ଅଞ୍ଚଳର ନିଃସନ୍ତାନ ଦମ୍ପତିଙ୍କୁ ଶିଶୁପୁତ୍ର ଦେଇଥିବା ଧର୍ମୁ ଏବଂ ତାଙ୍କ ପତ୍ନୀ ସ୍ବୀକାର କରିଥିବାବେଳେ ଏଥିପାଇଁ ଟଙ୍କାଟିଏ ନେଇନଥିବା କହିଛନ୍ତି। ପୋଷିପାରିବେନି ବୋଲି ଶିଶୁପୁତ୍ରକୁ ଦାନ କରିଥିବା ସେମାନେ କହିଛନ୍ତି ।

Advertisment

ସୂଚନା ଅନୁସାରେ ଶାନ୍ତି ବେହେରା ତିନି ବର୍ଷ ପୂର୍ବେ ମୟୂରଭଂଜ ଜିଲା ରାସଗୋବିନ୍ଦପୁର ବ୍ଲକ୍ ପୋଡ଼ାପୋଡ଼ା ଗାଁର ଧର୍ମୁ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପୂର୍ବରୁ ଶାନ୍ତିଙ୍କର ଏକ ଶିଶୁପୁତ୍ରଟିଏ ଥିବା ବେଳେ ଧର୍ମୁଙ୍କୁ ବିବାହ କରିବା ପରେ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଶାନ୍ତି ଦ୍ବିତୀୟ ଥର ଲାଗି ଗର୍ଭବତୀ ହେବାରୁ ସ୍ବାମୀ ତାଙ୍କୁ ପ୍ରସବ କରାଇବା ନିମନ୍ତେ ଗତ ୧୯ ତାରିଖରେ ବାରିପଦାସ୍ଥିତ ପିଆରଏମ ମେଡ଼ିକାଲ କଲେଜରେ ନେଇ ଭର୍ତ୍ତି କରାଇଥିଲେ। ଧର୍ମୁ ଝିଅ ଚାହୁଁଥିବା ବେଳେ ଏଥର ବି ପୁଅ ହୋଇଥିଲା।

ଅଧିକ ପଢ଼ନ୍ତୁ: ଦାଦନ ଖଟିବାକୁ ଯିବେ ବୋଲି ଶିଶୁକନ୍ୟାକୁ ସରକାରଙ୍କ ହାତରେ ଟେକି ଦେଲେ ଦମ୍ପତି

Advertisment

ତେବେ ୨୨ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ଶାନ୍ତି । ପରେ ଧର୍ମୁ ଗାଁର ଦୁଇଜଣ ଯୁବକଙ୍କ ଯୋଗାଯୋଗ କ୍ରମେ ଉଦଳା ଉପଖଣ୍ଡ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେହି ଟଙ୍କାରେ ସେହିଦିନ ଏକ ନୂଆ ବାଇକ କିଣିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କି ଚାଇଲ୍ଡ ଲାଇନ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Child Sale Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ