Advertisment

Baba Siddique Murder Conspiracy: ବାବା ସିଦ୍ଦିକ ହତ୍ୟାକାଣ୍ଡ: ସୁଟରଙ୍କୁ ମିଳିଥିଲା ଲୋଭନୀୟ ଅଫର୍‌, ଦୁବାଇ ଟ୍ରିପ୍‌ ସହ ନଗଦ ୨୫ ଲକ୍ଷ ଓ ଦାମୀ କାର

୧୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣକୁ ପ୍ରତିଶ୍ରୁତି ଦିଆଯାଇଥିଲା କି ଯଦି ବାବା ସିଦ୍ଦିକଙ୍କୁ ହତ୍ୟା କରିବ, ୨୫ ଲକ୍ଷ ଟଙ୍କା, କାର, ଦୁବାଇ ଟ୍ରିପ୍‌ ଓ ଫ୍ଲାଟ୍‌ ଦିଆଯିବ ।

ଅଦ୍ୟତନ ହୋଇଛି
ବାବା ସିଦ୍ଦିକ ହତ୍ୟାକାଣ୍ଡ: ସୁଟରଙ୍କୁ ମିଳିଥିଲା ଲୋଭନୀୟ ଅଫର୍‌

ବାବା ସିଦ୍ଦିକ ହତ୍ୟାକାଣ୍ଡ: ସୁଟରଙ୍କୁ ମିଳିଥିଲା ଲୋଭନୀୟ ଅଫର୍‌

Advertisment

ଗତ ଅକ୍ଟୋବର ୧୨ରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ୍‌ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା । ତେବେ ଏହାରି ମଧ୍ୟରେ ଅଭିଯୁକ୍ତଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଅଭିଯୁକ୍ତମାନଙ୍କୁ ପୋଲିସ୍‌ ପଚରାଉଚରା କରିବା ସମୟରେ ସେମାନେ କରିଛନ୍ତି ବଡ଼ ଖୁଲାସା । ୧୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣକୁ ପ୍ରତିଶ୍ରୁତି ଦିଆଯାଇଥିଲା କି ଯଦି ବାବା ସିଦ୍ଦିକଙ୍କୁ ହତ୍ୟା କରିବ, ୨୫ ଲକ୍ଷ ଟଙ୍କା, କାର, ଦୁବାଇ ଟ୍ରିପ୍‌ ଓ ଫ୍ଲାଟ୍‌ ଦିଆଯିବ । ସେପଟେ ବାବା ସିଦ୍ଦିକଙ୍କୁ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତି ପାଇଁ ବୁଧବାର ସିଟି କ୍ରାଇମ୍‌ ବ୍ରାଞ୍ଚ୍‌ ପୁଣେର ଦୁଇ ବାସିନ୍ଦାଙ୍କୁ ଗିରଫ କରିଛି ।

Advertisment

ବାବା ସିଦ୍ଦିକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ- ରୂପେଶ ମୋହଲ (୨୨), ଶିବମ କୋହଦ (୨୦), କରଣ ସାଲଭେ (୧୯) ଏବଂ ଗୌରଭ ଆପୁନ (୨୩) ଙ୍କୁ ଦୁବାଇ ଟ୍ରିପ୍‌, ନଗଦ ୨୫ ଲକ୍ଷ ଟଙ୍କା, ଏକ କାର ଏବଂ ଫ୍ଲାଟ ପ୍ରତ୍ୟେକଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ୪୩ ବର୍ଷିୟ ରାମଫୁଲଚାନ୍ଦ କାନୋଜିଆ ।

ଅଭିଯୁକ୍ତ ପୋଲିସକୁ କହିଛି ଯେ କାନୋଜିଆ, ଜିଶାନ ଅଖତାର ନାମକ ଜଣେ ମୋଷ୍ଟ ୱାଣ୍ଟେଡ୍‌ଠାରୁ ଟଙ୍କା ରିସିଭ୍‌ କରିଥିଲେ । ପଞ୍ଜାବ ଜଲନ୍ଧରର ଅଖତାର ପ୍ରାୟ ୧୦ଟି ବ୍ୟାଙ୍କ୍‌ ଆକାଉଣ୍ଟ ଅପରେଟ୍‌ କରୁଥିଲା । ଏହା ସହ ସେ ଏହି ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ଚାରି ଲକ୍ଷରୁ ଅଧିକ ଟଙ୍କା ପଠାଥିବା ଅଭିଯୋଗ ହୋଇଛି ।

Advertisment

ବୁଧବାର ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେର କରଭେ ନଗରର ଆଦିତ୍ୟ ଗୁଲାନକର (୨୨) ଏବଂ ରାଫିକ୍ ଶେଖ୍ (୨୨)ଙ୍କୁ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିଲା ଏବଂ ଉଭୟଙ୍କୁ ନଭେମ୍ବର ୧୩ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା । ତେବେ ସେମାନେ ଗରିବ ପରିବାରର ବୋଲି ପୋଲିସ କହିଛି ।

ପୁଣେ ନିକଟ ଖଡକୱାସଲା ନିକଟରେ ବନ୍ଧୁକ ପରିଚାଳନା ପାଇଁ ଗୁଲାନକରଙ୍କୁ ତାଲିମ ଦିଆଯାଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ହତ୍ୟାକାଣ୍ଡ ପାଇଁ ପ୍ରଥମେ, ଅଧିକ ସୁଟର ନିଯୁକ୍ତି କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ମାଷ୍ଟରମାଇଣ୍ଡ ଏହି ସଂଖ୍ୟାକୁ ତିନିକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି କାରଣରୁ ଅଭିଯୁକ୍ତମାନଙ୍କ ଦ୍ୱାରା ଅଧିକ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

Advertisment

ଗୁଲାନକର ଏବଂ ଶେଖଙ୍କ ଭୂମିକାକୁ ନେଇ ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, ‘ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଉଭୟ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିବା ବ୍ୟକ୍ତି ପ୍ରବୀଣ ଲୋଙ୍କର ଏବଂ ମୋହୋଲଙ୍କ ସହ ଯୋଗାଯୋଗରେ ଥିଲେ । ଅପରାଧରେ ବ୍ୟବହୃତ ହେବା ପାଇଁ ଲୋଙ୍କାର ଏବଂ ମୋହୋଲ ସେମାନଙ୍କୁ ୯ MM ପିସ୍ତଲ ଏବଂ ଗୁଳି ହସ୍ତାନ୍ତର କରିଥିଲେ । ତେବେ ଉଭୟଙ୍କଠାରୁ ୯MM ପିସ୍ତଲ ଜବତ କରାଯାଇଛି । ଅବଶିଷ୍ଟ ଅସ୍ତ୍ରଶସ୍ତ୍ରକୁ ଟ୍ରେସ୍‌ ଏବଂ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଛି ।

ସୂଚନା ଅନୁସାରେ ଅକ୍ଟୋବର ୧୨ରେ ପୂର୍ବତନ ମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକଙ୍କୁ ବାନ୍ଦ୍ରା ଇଷ୍ଟରେ ଥିବା ତାଙ୍କ ପୁଅ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟ ବାହାରେ ତିନିଜଣ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ । ଗୁଳି ବିନିମୟର କିଛି ସମୟ ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ତୃତୀୟ ବ୍ୟକ୍ତି ଏବେ ବି ଫେରାର ଅଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ପୋଲିସ୍ ତୁର୍କୀ ଏବଂ ଅଷ୍ଟ୍ରେଲୀୟ ନିର୍ମିତ ପିସ୍ତଲ ସମେତ ପାଞ୍ଚଟି ଅସ୍ତ୍ର ଏବଂ ୬୪ ରାଉଣ୍ଡ ଗୁଳି ଜବତ କରିଛି । ତେବେ ଏହି ହତ୍ୟାକାଣ୍ଡର ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି । ସେପଟେ ଏହି ମାମଲାରେ ଗିରଫ ହୋଇଥିବା ୧୮ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣ ଜେଲରେ ଥିବାବେଳେ ଚାରିଜଣ ପୋଲିସ ହେପାଜତରେ ଅଛନ୍ତି ।

Mumbai Police Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ