/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690713342.jpg)
murder case
ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କୁ ବାବାଙ୍କ ଆକ୍ରମଣ ଘଟଣାରେ ଆଉ ଜଣେ ବାବାଙ୍କ ମୃତ୍ୟୁ । ଆହତ ହୋଇ କଟକ ଏସସିବିରେ ଚିକିତ୍ସା ହେଉଥିବା ଆଉ ଜଣେ ବାବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୂର୍ବରୁ ପଶ୍ଚିମବଙ୍ଗର ଅର୍ଜୁନ ବାବାଙ୍କ ମୃତ୍ୟୁ ହୋଇଥିଲା । ବିଷ୍ଣୁ ଦାସ ନାମକ ଜଣେ ବାବା କାଠଗଣ୍ଡିରେ ବୀଭତ୍ସ ଭାବେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ବିଷ୍ଣୁ ଦାସ ବାବାଙ୍କୁ ଗିରଫ କରିଥିଲା ପୋଲିସ । ତନ୍ତ୍ରସାଧନା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।
ଗତକାଲି ଆଶ୍ରମରେ ବିଶ୍ରାମ ନେଉଥିବା ବେଳେ ବାବାଜି ଅର୍ଜୁନ ବାବାଙ୍କୁ ସେହି ମଠରେ ରହୁଥିବା ବିଷ୍ଣୁ ବାବା କାଠରେ ପିଟିପିଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଅନ୍ୟ ଜଣେ ବାବା ଦୟାନିଧି ଦାସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।
ସୂଚନା ଅନୁସାରେ ଦେଢ଼ ବର୍ଷ ହେଲା ଏହି ଆଶ୍ରମରେ ରହିଆସୁଥିଲେ ପଶ୍ଚିମବଙ୍ଗର ଅର୍ଜୁନ ବାବା । ମାତ୍ର ୩ ମାସ ତଳେ ଆସି ରହିଥିଲେ ଗଞ୍ଜାମର ବିଷ୍ଣୁ ବାବା । ତେବେ ଉଭୟ ତନ୍ତ୍ର ସାଧନାରେ ଲିପ୍ତ ଥିଲେ ବୋଲି କହିଥିଲେ ଗୁରୁକୃପା ଆଶ୍ରମର ପରିଚାଳକ ।
ଅର୍ଜୁନଙ୍କୁ ହତ୍ୟା କରିବା ପରେ ତାଙ୍କ ରକ୍ତ ପିଇବାକୁ ଚେଷ୍ଟା କରୁଥିଲା ବିଷ୍ଣୁ । ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଆଶ୍ରମ ପକ୍ଷରୁ ଅଭିଯୋଗ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)