Advertisment

ଓଃ କି ନିର୍ଦ୍ଦୟ! ଛାଡି ଯାଇଥିଲା ମା’, ନିର୍ଯାତନା ଦେଉଥିଲା ଆୟା..ଦେଖନ୍ତୁ ଭିଡିଓ

ଶିଶୁଟିର ମା’ ଫରହିୟା WCCOନିକଟରେ ଅଭିଯୋଗ ଦାଖଲ କରି କହିଛନ୍ତି, ନିଜ ପୁଅର ଏପରି ଭିଡିଓ ଦେଖି ସେ କାନ୍ଦିବା ସହ ଚିତ୍କାର କରି ଉଠିଥିଲେ। ଗତବର୍ଷ ପୁଅ ଅଟିଜିମ ରୋଗରେ ଆକ୍ରାନ୍ତ ହେବା ପରେ ତାକୁ ଏହି କେନ୍ଦ୍ରରେ ନାମ ଲେଖାଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Autism centre employee repeatedly throws 3-year-old to the ground

Autism centre employee repeatedly throws 3-year-old to the ground

ତିନିବର୍ଷର ଶିଶୁକୁ ଅତି ନିର୍ଦ୍ଦୟ ଭାବରେ ତଳେ କଚାଡି ଦେଲେ । ଅଟିଜିମ୍ କେନ୍ଦ୍ର କର୍ମଚାରୀଙ୍କ ଏହି ଅମାନବୀୟ କାର୍ଯ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। । ଏହି ଘଟଣା ସାମ୍ନାକୁ ଆସିବା ପରେ ୨୫ ବର୍ଷୀୟ ଅଭିଯୁକ୍ତ ଆରିୟାନା ୱିଲିୟମ୍ସଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି।

Advertisment

ମିନେସୋଟର ବର୍ନସଭିଲରେ ଥିବା ସନରାଇଜ୍ ଅଟିଜିମ୍ ସେଣ୍ଟର ଭିତରର ଏହି ଦୃଶ୍ୟ ଏବେ ସୋଲିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫୁଟେଜରେ ୱିଲିୟମ୍ସ ଶିଶୁଟିକୁ ଧରି ତଳେ ପକାଇ ଦେଇଥିବାର ଦେଖାଯାଇଛି। ସେ ପିଲାଟିକୁ ବାରମ୍ବାର ତଳେ କଚାଡୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ଏହି ଫୁଟେଜକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦୃଢ ନିନ୍ଦା କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ହେ ଭଗବାନ! ସବୁ ସ୍ଥାନରେ କ୍ୟାମେରା ଅଛି ବୋଲି କଣ ସେମାନେ ଜାଣନ୍ତି ନାହିଁ?ଅସହାୟ ଲୋକଙ୍କୁ ରଖାଯାଉଥିବା କେନ୍ଦ୍ରଗୁଡିକରେ ନିଯୁକ୍ତି ସମୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବା ଆବଶ୍ୟକ। ବିଚରା ପିଲା! କହି ଜଣେ ୟୁଜର କମେଣ୍ଟ କରିଛନ୍ତି।

ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି, କ୍ୟାମେରା ପାଇଁ ଧନ୍ୟବାଦ। ଏପରି କରିଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ଆଇନ୍ ନିଶ୍ଚୟ ତାଙ୍କୁ ଦଣ୍ଡଦେବ। ମୁଁ ଏହି ପ୍ରକାରର ଭିଡିଓ ଦେଖି ବିରକ୍ତ ହୋଇଗଲିଣି। ଆଜିକାଲି ଅନେକ ଲୋକ ଖରାପ ବୋଲି ତୃତୀୟ ବ୍ୟକ୍ତି କମେଣ୍ଟରେ କହିଛନ୍ତି।

ଶିଶୁଟିର ମା’ ଫରହିୟା WCCOନିକଟରେ ଅଭିଯୋଗ ଦାଖଲ କରି କହିଛନ୍ତି, ନିଜ ପୁଅର ଏପରି ଭିଡିଓ ଦେଖି ସେ କାନ୍ଦିବା ସହ ଚିତ୍କାର କରି ଉଠିଥିଲେ। ଗତବର୍ଷ ପୁଅ ଅଟିଜିମ ରୋଗରେ ଆକ୍ରାନ୍ତ ହେବା ପରେ ତାକୁ ଏହି କେନ୍ଦ୍ରରେ ନାମ ଲେଖାଇଥିଲେ। ତେବେ ଅଟିଜିମ୍ ସେଣ୍ଟରରୁ ଆରିୟାନାକୁ ବାହାର କରିଦିଆଯାଇଛି। ଏଥିସହ ତାଙ୍କୁ ପୋଲିସ ଗିରଫ କରିଛି। ଏକ ବିବୃତ୍ତିରେ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ ସେମାନେ ତଦନ୍ତରେ ସେମାନେ ସହଯୋଗ କରୁଛନ୍ତି ଏବଂ ଗ୍ରାହକଙ୍କ ସୁରକ୍ଷା ଓ କଲ୍ୟାଣ ସେମାନଙ୍କ ପ୍ରାଥମିକତା ।

Autism
Advertisment
Advertisment