• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯୁବତୀଙ୍କୁ କମେଣ୍ଟମରା ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ । ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ୩ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ ଆଉ ଜଣକୁ ଏମ୍ସରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଓୟୁଏଟି ଛକରେ ଏ ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ପି ରାମକୃଷ୍ଣ ନାମକ ଯୁବକ ଓ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ଗୁରୁତର ହୋଇଛନ୍ତି ।

ସୂଚନାଥାଉ କି, କିଛିଦିନ ପୂର୍ବେ ଜଣେ ଯୁବତୀଙ୍କୁ କମେଣ୍ଟମରାକୁ ନେଇ ଅନ୍ୟ ଗୋଟିଏ ଗୋଷ୍ଠୀ ରାମକୃଷ୍ଣଙ୍କ ଉପରେ ଆକ୍ରମଣ କରିବା ପାଇଁ ଛକି ରହିଥିଲେ । ଏହାର ସୁଯୋଗ ପାଇ ୬ରୁ ୮ ଯୁବକ ମାରଣାସ୍ତ୍ର ଧରି ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତରଙ୍କୁ ହସ୍ପିଟାଲ୍‌ ନେଇଥିଲା । ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।

  • Reported by:
  • CHANDAN PAIKRAY