• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଅ ହାତରେ ଗଲା ମା’ର ଜୀବନ । ମୋବାଇଲ୍‌ ପାଇଁ ମାତୃହନ୍ତା ପାଲଟିଗଲା ପୁଅ । ମା’ର ମଣ୍ଡକୁ କାନ୍ଥରେ ପିଟିପିଟି ଜୀବନ ନେଇଗଲା । ଅତି ନିର୍ମମ ଭାବେ ନିଜ ୬୩ ବର୍ଷୀୟ ଜନ୍ମକଲା ମା’କୁ ଜଣେ ପୁଅ ହତ୍ୟା କରିଛି । ମୋବାଇଲ୍‌ ବହୁଳ ମାତ୍ରାରେ ବ୍ୟବହାରକୁ ନେଇ ମା’ ଆକଟ କରିବାରୁ ସୈତାନ ପାଲଟିଯାଇଛି ପୁଅ ।

ସୂଚନା ଅନୁସାରେ ଅଭିଯୁକ୍ତ ପୁଅ ସବୁ ସମୟରେ ମୋବାଇଲ୍‌ ବ୍ୟବହାର କରୁଥିବାରୁ ମା’ ବାରଣ କରିଥିଲେ । ହେଲେ ମା’ଙ୍କ ବାରଣକୁ ନେଇ ଅଭିଯୁକ୍ତ ପୁଅ ବହୁତ ଜୋରରେ ରାଗି ଯାଇଥିଲା । ପରେ ମା’ ସହ ବଚସା କରିବା ସହିତ ତାଙ୍କୁ ମାଡ଼ ମାରିଥିଲା । ପରବର୍ତ୍ତୀ ସମୟରେ ମା’ର ମୁଣ୍ଡକୁ କାନ୍ଥରେ ବାଡ଼ାଇ ଗୁରୁତର କରିଥିଲା ।

ଗୁରୁତର ଆବସ୍ଥାରେ ପରିବାର ଲୋକେ ୬୩ ବର୍ଷୀୟ ବୃଦ୍ଧ ମା’କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ୭ଦିନରୁ ଅଧିକ ତାଙ୍କୁ ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଘଟଣା କେରଳର କନ୍ନୁର ଜିଲ୍ଲାରୁ ସାମ୍‌ନାକୁ ଆସିଛି । ମୃତ ମହିଳା ଜଣକ ହେଉଛନ୍ତି କାନିଚିରା ନିବାସୀ ।

ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତ ପୁଅ ସୁଜିତକୁ ପୋଲିସ ଗିରଫ କରିବା ସହ ଅଧିକ ପଚରାଉଚରା କରୁଛି । ପୋଲିସ ନିକଟରେ ମା’କୁ ହତ୍ୟା କରିବା ନେଇ ସବୁ ସତ କହିଛି ସୁଜିତ । ସେପଟେ ଏନେଇ ପୋଲିସ ଅହୁରି ତଦନ୍ତ ଚଳାଇଛି ।

ପୋଲିସ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ମା’କୁ ଆକ୍ରମଣ କରିଥିଲା । ସେ ମାନସିକ ସ୍ତରରେ ଅସୁସ୍ଥ । ତେଣୁ ଏହି ଘଟଣାରେ ଆହୁରି ତଦନ୍ତ କରାଯାଉଛି ।