Advertisment

ପୁଣି ଚର୍ଚ୍ଚାରେ ଝାରପଡା ଜେଲ୍, ଅଡିଓ ଜାରିକଲେ ଆକ୍ରମଣର ଶିକାର ସୌମ୍ୟ

ଝାରପଡା ଜେଲ କଏଦୀ ଆକ୍ରମଣ ଘଟଣାରେ ତଦନ୍ତ ରିପୋର୍ଟ ହୋଇଛି ଦାଖଲ। ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ଡିଆଇଜି ଅନୁସୂୟା ଜେନା।

author-image
Sangram Keshori Behera
ଅଦ୍ୟତନ ହୋଇଛି
Jharpada Jail

Jharpada Jail

ପୁଣିଥରେ ଚର୍ଚ୍ଚାରେ ଝାରପଡା ଜେଲ୍ । ପଦାକୁ ଆସିଲା ଚାରି କାନ୍ଥ ଭିତରର କଥା । ମାଡ଼ ଖାଇ ଲହୁଲୁହାଣ ସୌମ୍ୟ ଖୋଲିଛନ୍ତି ଗୁମର । ଡିଆଇଜିଙ୍କ ତଦନ୍ତର ନିରପେକ୍ଷତାକୁ ନେଇ ଉଠାଇଲେ ପ୍ରଶ୍ନ । ଝାରପଡା ଜେଲ କଏଦୀ ଆକ୍ରମଣ ଘଟଣାରେ ତଦନ୍ତ ରିପୋର୍ଟ ହୋଇଛି ଦାଖଲ। ଜେଲ୍ ଏଡିଜି 
ଅମିତାଭ ଠାକୁରଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ଡିଆଇଜି ଅନୁସୂୟା ଜେନା। ତେବେ ଏହାରି ଭିତରେ ଖୋଦ୍ ଆକ୍ରମଣର ଶିକାର ହୋଇଥିବା ସୌମ୍ୟକାନ୍ତ ମହାନ୍ତି ଉଠାଇଛନ୍ତି ପ୍ରଶ୍ନ।

Advertisment

ସଂପର୍କୀୟଙ୍କ ସହ କଥା ହୋଇ ଅଡିଓ ଜାରି କରିଛନ୍ତି । ଯେଉଁଥିରେ ଜେଲ କର୍ତ୍ତୃପକ୍ଷ, ତଦନ୍ତ କରୁଥିବା ଡିଆଇଜିଙ୍କ ଭୂମିକାକୁ ନେଇ ସେ ସନ୍ଦେହରେ ଥିବା କହିଛନ୍ତି । ଘଟଣାର ପୋଲିସ କିମ୍ବା ମାନବାଧିକାର କମିଶନ ତଦନ୍ତ ଦାବି କରିଛନ୍ତି । ସୌମ୍ୟକାନ୍ତଙ୍କ ଅଭିଯୋଗ ମୁତାବକ, ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ତାଙ୍କୁ ହୋଇଥିଲା ଆକ୍ରମଣ। ହେଲେ ତଦନ୍ତ ବେଳେ ଏସବୁ ଦିଗକୁ ଡିଆଇଜି ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି । ମାଡ଼ ଖାଇ ଲହୁ ଲୁହାଣ ହେବାପରେ ସେ ସେଲ୍ ଭିତରେ ବନ୍ଦୀ ହୋଇପଡିଛନ୍ତି । କିନ୍ତୁ ମାଡ ମାରିଥିବା ଅଭିଯୁକ୍ତମାନେ ତାଙ୍କୁ ସେଲ୍ ବାହାରେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସୌମ୍ୟ । 

ସେପଟେ ସୌମ୍ୟକାନ୍ତଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ, ଝାରପଡା ଜେଲରେ ତାଙ୍କ ସ୍ୱାମୀ ଅସୁରକ୍ଷିତ। ଜେଲର ଗୁମର ଖୋଲିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚାଲିଛି ମସୁଧା। ଏନେଇ ସେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ତେଣେ ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ସିସିଟିଭି ଫୁଟେଜ୍ ନଥିବା କଥା ସାମ୍ନାକୁ ଆସୁଛି । ପ୍ରାୟ ସମୟରେ ଏଇଭଳି ଘଟଣା ଘଟୁଥିବାରୁ ଏଦିଗ ପ୍ରତି ଜେଲ୍ କର୍ତ୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ । 
ନିକଟରେ ଝାରପଡ଼ା ଜେଲରେ ତାଙ୍କ ଉପରେ ଗ୍ୟାଙ୍ଗଷ୍ଟାର ମରଣାନ୍ତକ ଆକ୍ରମଣ କରିଥିଲେ । ହାଇଦର ପୁଅ ମୁନା ଓ ସହଯୋଗୀ। ଜେଲର ଗୁମର ଫିଟାଇବାରୁ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏବେ ସମସ୍ତ ଘଟଣାର ତଦନ୍ତ ପରେ ଯିଏ ଦୋଷୀ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଏଡିଜି। 

Advertisment
Jharpada Jail Police Investigation
Advertisment
Advertisment