Advertisment

ATM Loot In Odisha: ATMରେ ବେଧଡ଼କ ପଶୁଛନ୍ତି ଲୁଟେରା; ରାଜ୍ୟବ୍ୟାପି ଲୁଟ୍ ହେଲାଣି କୋଟି କୋଟି ଟଙ୍କା...

ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ...ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେ ଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।

undefined

ATM Loot in odisha

Advertisment

ATM। ଯେଉଁଠି ଥାକ ମାରି ରଖାଯାଇଥାଏ ଲକ୍ଷ ଲକ୍ଷ ନୋଟ୍। ହେଲେ ସେହି ଲୌହ କବଚ ଆଉ ସୁରକ୍ଷିତ ନୁହଁ। କାରଣ ATM ଲୁଟେରା ପୂର୍ବରୁ ମେସିନ୍ ତାଡ଼ି ଟଙ୍କା ଲୁଟୁଥିଲେ, ଏଥର କିନ୍ତୁ ପୁରା ATM କାନ୍ଧରେ ବୋହି ପାର୍ ହୋଇଯାଉଛନ୍ତିରାଜଧାନୀରୁ ରାଜ୍ୟବ୍ୟାପି, କ୍ରମାଗତ ଏଭଳି ଘଟଣା ପରେ ଏଟିଏମ୍ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ବଢ଼ିଛି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସର ଟେନସନ୍।

Advertisment

ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ...ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେ ଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍। ଯେମିତି ଭୁବନେଶ୍ବର ଲିଙ୍ଗରାଜ ଥାନା ଶ୍ରୀରାମନଗରର ଘଟଣା। ଦିନକ ତଳେ SBI ଏଟିଏମ୍‌କୁ ଟେକିନେଇଥିଲେ ଦୁର୍ବୃତ୍ତ । ଚାରି ଚାରି ଜଣ ଏଟିଏମ୍ ଲୁଟେରା ଟେକିନେଇଗଲେ ଟଙ୍କା ଭର୍ତ୍ତି ମେସିନକୁ। ତା’ପରେ ଏକ ଚୋରି ଅଟୋରେ ଉଠାଇ ନେଇ ମେସିନ ଭିତରେ ଥିବା ଚାମ୍ବରକୁ କାଟିଲେ। ଟଙ୍କା ସବୁ ପାଖରେ ରଖି ମେସିନକୁ ଗଙ୍ଗୁଆ ନାଳରେ ଫିଙ୍ଗି ଫେରାର୍ ହୋଇଗଲେ। ପୋଲିସ ଗଙ୍ଗୁଆ ନାଳରୁ ATM ପାଇଲା ସତ, କିନ୍ତୁ ୨ ଦିନ ହୋଇଗଲା ପତ୍ତା ନାହିଁ ଲୁଟେରାଙ୍କର। ସ୍ପେଶାଲ ଟିମ୍ ଗଠନ କରି କମିଶନରେଟ ପୋଲିସ୍ ସେମାନଙ୍କୁ ଖୋଜିବୁଲୁଛି। 

ଅଧିକ ପଢ଼ନ୍ତୁ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ

ରାଜଧାନୀରୁ ରାଜ୍ୟବ୍ୟାପି ATM ଲୁଟତରାଜର କାହାଣୀ, ଗୋଟିଏ କି ଯୋଡ଼ିଏ ନୁହଁ। ୨୦୨୦ ଅକଟୋବର ୧୦। ପଟିଆ ଷ୍ଟେସନ୍ ରୋଡ୍‌ରେ ଏକ ଘରୋଇ ବ୍ୟାଙ୍କର ATMକୁ ଗ୍ୟାସ କଟରରେ କାଟି ଦୁର୍ବୃତ୍ତ ଲୁଟି ନେଇଥିଲେ ନଗଦ ୨୭ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ୟର କଥା, ଏହି ଘଟଣାରେ ଏଯାଏଁ କେହି ଧରାପଡ଼ିନାହାନ୍ତି। ୨୦୨୩ ଡିସେମ୍ବର ୧୧। ଲିଙ୍ଗରାଜ ମନ୍ଦିର ନିକଟ ଏକ ଏଟିଏମରୁ ୧୫ ଲକ୍ଷ ଓ ଏହାର କିଛିଦିନ ପୂର୍ବରୁ ଲିଙ୍ଗିପୁରରୁ ଲୁଟ୍ ହୋଇଥିଲା ୧୫ ଲକ୍ଷ। କେବଳ ଭୁବନେଶ୍ବର ନୁହଁ, ୨୦୧୮ ଜୁନ ୨୬ରେ ବ୍ରହ୍ମପୁର ଓ ତଳି ଅଞ୍ଚଳର ୫ଟି ଏଟିଏମ୍ କାଉଣ୍ଟର ଭାଙ୍ଗି ୧୭ ଲକ୍ଷ ଲୁଟି ନେଇଥିଲେ ଲୁଟେରା। ସେହିପରି ଗତ ୧୫ ତାରିଖରେ ବୌଦ୍ଧରେ ହୋଇଥିଲା ସିରିଜ୍ ATM ଲୁଟ। ୯ ତାରିଖରେ ଢେଙ୍କାନାଳ ପଞ୍ଚୁପଟି ନିକଟ ଏକ ଏଟିଏମକୁ ଗ୍ୟାସ୍ କଟରରେ କାଟି, ଟଙ୍କା ଲୁଟି ପେଟ୍ରୋଲ ଢ଼ାଳି ଜାଳିଦେଇଥିଲେ ଦୁର୍ବୃତ୍ତ। ଏସବୁ ଘଟଣାକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି, ଢିଲା ସୁରକ୍ଷା ବ୍ୟବସ୍ଥା। 

Advertisment

ତେବେ ପୋଲିସର ବାରମ୍ବାର ତାଗିଦ ପରେ ବି କାହିଁକି ସୁରକ୍ଷା ବ୍ୟବସ୍ଥା ପ୍ରତି ଢିଲା ମାରୁଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ? ଢିଲା ସୁରକ୍ଷାକୁ ଢାଲ କରି ଲୁଟ୍ କରୁଛନ୍ତି କି ଦୁର୍ବୃତ୍ତ ? RBI ଗାଇଡଲାଇନ୍ ଏବଂ ପୋଲିସ ଟିପ୍ସକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ନା ଏଟିଏମ୍ ଲୁଟ୍ ହେଲେ ଟଙ୍କା ଭରୁଥିବା ଥାର୍ଡ ପାର୍ଟି ଜରିଆରେ ବୀମା ମାଧ୍ୟମରେ ଟଙ୍କା ଫେରିପାଇଯାଉଥିବାରୁ ବେପରୁୱା ହେଉଛନ୍ତି ? ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ପୋଲିସ ବି ନିଜ ଦାୟିତ୍ବରୁ ଓହରିଯାଉନି ତ ? 

ଅଧିକ ପଢ଼ନ୍ତୁ: ରାଜନୀତି ପାଇଁ ସୁରଙ୍କ ଘର ୨ ଫାଳ; ବଡ଼ ଭାଇକୁ ଫ୍ରଡ୍ କହିଲେ ମନ୍ମଥ

CCTV Loot ATM Loot CCTV Footage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ