Advertisment

ATM ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଘଟଣାର ପର୍ଦ୍ଦାଫାସ, ଧରାପଡ଼ିଲା ମାଷ୍ଟରମାଇଣ୍ଡ

ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍‌ରେ ଥିବା Axis ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି।ଅପହରଣ ଘଟଣାରେ ଭ୍ୟାନ୍‌ର ଡ୍ରାଇଭର ଆଶିଷ ଦିଗାଲଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ATM ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଘଟଣାର ପର୍ଦ୍ଦାଫାସ, ଧରାପଡ଼ିଲା ମାଷ୍ଟରମାଇଣ୍ଡ

ATM Cash van loot

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍‌ରେ ଥିବା Axis ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି।ଅପହରଣ ଘଟଣାରେ ଭ୍ୟାନ୍‌ର ଡ୍ରାଇଭର ଆଶିଷ ଦିଗାଲଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ଏହାସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ମଧ୍ୟ ଜବତ ହୋଇଛି। ଅପହରଣ ପଛରେ ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ୍‌ ବୋଲି ଜଣାପଡ଼ିଛି। ଆଶିଷ ନିଜେ ହିଁ ଲୁଟ୍ ନାଟକ ରଚିଥିଲା ବୋଲି ପୋଲିସ୍‌ କହିଛି।

Advertisment

ସୂଚନା ଅନୁସାରେ, ଗତ ଅଗଷ୍ଟ ୧୮ ତାରିଖ ଦିନ ଆସିକା ରୋଡ୍‌ରେ ଥିବା ଆକ୍ସିସ୍‌ ବ୍ୟାଙ୍କ ସାମ୍ନାରୁ ୨୪ ଲକ୍ଷ ଟଙ୍କା ଥିବା ଏଟିଏମ୍ ଭ୍ୟାନ୍‌ ସହ ଡ୍ରାଇଭରଙ୍କୁ ଅପହରଣ କରି ନିଆଯାଇଥିଲା। ୨ ଜଣ ଦୁର୍ବୃତ୍ତ ଆସି ମାଉଜର୍‌ ଦେଖାଇ ଡ୍ରାଇଭରଙ୍କୁ ଅପହରଣ କରି ନେଇଥିଲେ। ପରେ ସେହିଦିନ ଆଶିଷଙ୍କୁ ନିଶାସକ୍ତ ଅବସ୍ଥାରେ ସୋରଳ ନିକଟରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଅପହରଣ କରି ନିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ।

Advertisment

ପଚରାଉଚରା ବେଳେ ଆଶିଷ ପୋଲିସ୍‌କୁ ଭିନ୍ନ ଭିନ୍ନ ବୟାନ ଦେଉଥିଲେ। ତେବେ ଗତକାଲି ପୋଲିସ୍‌ ଆଶିଷଙ୍କୁ ପୁଣିଥରେ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ ଓ କଲ୍‌ ରେକର୍ଡସ୍‌ ଯାଞ୍ଚ କରିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଗାଡ଼ିରେ କେବଳ ଡ୍ରାଇଭର ହିଁ ଥିଲେ ଓ ସେ ହିଁ ଲୁଟ୍‌ର ନାଟକ ରଚିଥିଲେ। ପୋଲିସ୍‌ ଆଶିଷଙ୍କୁ ପଚରାଉଚରା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣଙ୍କ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହାସହ ପୋଲିସ୍‌ ଆଶିଷଙ୍କ ନିକଟରୁ ବିପୁଳ ଟଙ୍କା ଜବତ ହୋଇଛି। 

Loot In Berhampur Atm Cash Van
Advertisment
Advertisment