Advertisment

ଦିନକୁ ଓଡ଼ିଶାରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା: NCRB ରିପୋର୍ଟ

ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Atleast 15 people end life in Odisha everyday: NCRB report

Atleast 15 people end life in Odisha everyday: NCRB report

ରାଜ୍ୟରେ ବଢୁଛି କି ଆତ୍ମହତ୍ୟା ପ୍ରବଣତା ?  ଦିନକୁ ୧୫ ଜଣ ଆତ୍ମହତ୍ୟା କରୁଛନ୍ତି। ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟ  ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ପାରିବାରିକ କାରଣରୁ ଲୋକେ ନିଜ ଜୀବନ ନେବାକୁ ପଛାଉ ନାହାନ୍ତି। ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪ ହଜାର ୪୧୨ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି। ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପାଉଥିବା ଜଣାପଡ଼ିଛି।

Advertisment

ପାରିବାରିକ ସମସ୍ୟାରୁ ରାଜ୍ୟରେ ୪,୦୩୩ ଜଣ ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରୁ୧୩୪ ବିବାହ ଜନିତ ହୋଇଥିବାବେଳେ ୧୩୨ ଆତ୍ମହତ୍ୟା ପ୍ରେମ ଜନିତ ବୋଲି ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ମଧ୍ୟରେ ରହିଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ। ଛାତ୍ରଙ୍କ ସଂଖ୍ୟା ୬୯୭ ରହିଥିବାବେଳେ ୧୩୭ ଜଣ ଛାତ୍ରୀ ରହିଛନ୍ତି।୨୦୨୦ ତୁଳନାରେ ଆତ୍ମହତ୍ୟା ସଂଖ୍ୟା ୧.୯% ବୃଦ୍ଧି ପାଇଛି।  ଗତବର୍ଷ ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ୨,୩୨୨ ଜଣ ବିଷ ପିଇ ଜୀବନ ହାରିଛନ୍ତି। ୨,୭୫୩ ଜଣ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ରାଜ୍ୟରେ ମହିଳା ବିରୋଧୀ ହିଂସା ମଧ୍ୟ ବଢୁଥିବାର ତଥ୍ୟ ମିଳିଛି। ବିଶେଷ କରି ଅସଦାଚରଣ ଓ ଦୁଷ୍କର୍ମ ମାମଲା ଚିନ୍ତାଜନକ ରହିଛି। ୧୪, ୮୫୩ଟି ମାମଲା ରୁଜୁ ହୋଇଛି। ଯାହାକି ଦେଶରେ ସର୍ବାଧିକ। ଏପରିକି ମହିଳା ବିରୋଧୀ ହିଂସା ସମ୍ପର୍କିତ ସାଇବର କ୍ରାଇମ୍‌ ମଧ୍ୟ ୫୬୫ଟି ମାମଲା ରୁଜୁ ହୋଇଛି। ସେହିପରି ଶିଶୁ ନିଖୋଜ ଯାହାକୁ ଅପହରଣ ବୋଲି କୁହାଯାଉଛି, ତାହା ମଧ୍ୟ ରାଜ୍ୟରେ ଚିନ୍ତାଜନକ ରହିଛି।  

Advertisment
NCRB Report Crime In Odisha Suicide
Advertisment
Advertisment