ଲାଞ୍ଚ ନେଇ ଧରାପଡ଼ିଲେ କୃଷି ଅଧିକାରୀ । ଭିଜିଲାନ୍ସ ଜାଲରେ କୃଷି ବିଭାଗର ଆସିଷ୍ଟାଣ୍ଟ ବ୍ଲକ ଅଫିସର । ବରଗଡ଼ ପାଇକମାଲ ବ୍ଲକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସାର ଡିଲରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ପାଇକମାଳ ବସଷ୍ଟାଣ୍ଡରୁ ଧରିଛି ।
ସାର ଦୋକାନ ଚଳାଇବା ଲାଗି ଅନୁମତି ଦେବାକୁ ସେ ଦେଢ଼ ଲକ୍ଷ ଟଙ୍କା ନେଉଥିଲେ । ଏହି ସମୟରେ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଧରିଛନ୍ତି । ଏମିତିକି ଭିଜିଲାନ୍ସ ଟିମ୍ ଭୁବନେଶ୍ୱରର ଶୈଳଶ୍ରୀବିହାର ସ୍ଥିତ ଘର, କଟକ ତିଗିରିଆ ପୈତୃକ ଘରେ ମଧ୍ୟ ରେଡ୍ କରିଛି ।
Also Read
ପାଇକମାଳରେ ଜଣେ ଦୋକାନୀ ଉଚ୍ଚା ଦରରେ ସାର ବିକ୍ରି କରୁଥିଲେ । କୃଷି ବିଭାଗର ଅଧିକାରୀମାନେ ଖବର ପାଇ ତାଙ୍କ ଦୋକାନରେ ଚଢ଼ାଉ କରିଥିଲେ। ଏହାସହ ଦୋକାନର ଲାଇଲେନ୍ସକୁ ସିଜ୍ କରିଥିଲେ । ସାର ଦୋକାନୀ ଜଣଙ୍କ ଲାଇସେନ୍ସ ରିନ୍ୟୁ କରିବା ପାଇଁ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ । ତେବେ ପ୍ରଣୟ କୁମାର ମନ୍ତ୍ରୀ ସେଠାରେ ଦୋକାନୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।
ଅଭିଯୋଗ ଅନୁଯାୟୀ, ସେ ସାର ଦୋକାନୀଙ୍କୁ କହିଥିଲେ ଯେ ତାଙ୍କର ଲାଇସେନ୍ସ ରିନ୍ୟୁ ହୋଇପାରିବ ନାହିଁ । ଏଥିପାଇଁ ସମୟ ଲାଗିବ। ଏହା ସହିତ ସେ ସାର ଦୋକାନରଙ୍କୁ ବିନା ଲାଇଲେନ୍ସରେ ଦୋକାନ ଖୋଲିବାକୁ କହିବା ସହ ପରେ ଲାଇସେନ୍ସ ରିନ୍ୟୁ କରାଇ ଦେବେ ବୋଲି ପ୍ରଣୟ କହିଥିଲେ ଓ ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।