ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିବ ପୋଲିସ । ଏନେଇ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି ।
ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।
Also Read
ଅଧିକ ପଢ଼ନ୍ତୁ: ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା; ୫ ପୋଲିସ ନିଲମ୍ବିତ
ସେପଟେ ତତ୍କାଳୀନ ଥାନାଧିକାରୀଙ୍କ ସହ ଅନ୍ୟ ପୋଲିସ ଷ୍ଟାଫ ମାନଙ୍କର ବୟାନ ରେକର୍ଡ କରାଯାଇଛି । ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି ।
ଅନ୍ୟପଟେ ଭୁବନେଶ୍ବର ଭରତପୁର ଥାନା ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ । ଜଣେ ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର। ଗାଡି ଚୋରି ଅଭିଯୋଗ ନେଇ ଭରତପୁର ଥାନାକୁ ଯିବା ପରେ ପାଟ୍ରୋଲିଂ ପାଇଁ ତେଲ ନଥିବା କହିଥିଲେ ଥାନାଧିକାରୀ ଦୀନକୃଷ୍ଣ। ଏପରିକି ୧ ହଜାର ଟଙ୍କାର ତେଲ ପକାଇବା ପରେ ପୋଲିସ ପାଟ୍ରୋଲିଂ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା କହିଛନ୍ତି ଏତଲାକାରୀ ।
ସୂଚନା ଅନୁଯାୟୀ, ମଞ୍ଚେଶ୍ବର କାଡକଣ ଅଞ୍ଚଳର ଧୀରେନ୍ଦ୍ର କୁମାର ବସ୍ତିଆ ଭରତପୁର ଥାନା ଅଞ୍ଚଳରେ ଏକ ମେଡିକାଲ ସାମ୍ନାରେ ତାଙ୍କ ବାଇକ ରଖିଥିଲେ । ହେଲେ ସେଠାରୁ ତାଙ୍କ ବାଇକ ଚୋରି ହୋଇଯାଇଥିଲା । ସିସିଟିଭି, ଭିଜୁଆଲ ସବୁକିଛି ପ୍ରମାଣ ଦେବା ପରେ ମଧ୍ୟ ଠିକ ସମୟରେ ଏତଲା ରୁଜୁ କରିନଥିଲା ପୋଲିସ । ଓଲଟା ଚୋର ନେଇ ଗାଡି ନେଇ ବୋଟରେ ଇଞ୍ଜିନ ବ୍ୟବହାର କରିସାରିଥିବା ହାଲୁକା ଭାବେ କହି ଅଭିଯୋଗକାରୀଙ୍କୁ ଥାନାରୁ ଫେରାଇ ଦେଇଥିଲେ ସେତେବେଳର ଥାନାଧିକାରୀ ଦୀନକୃଷ୍ଣ। ତେବେ ଏନେଇ ଦୀନକୃଷ୍ଣଙ୍କ ପ୍ରତିକ୍ରିୟା ମିଳିପାରିନି।