Loot
ହାତ ଦେଖାଇ ଗାଡ଼ି ଅଟକାଇଲେ, ବନ୍ଧୁକ ମୁନରେ ଛେଳି ବ୍ୟବସାୟୀଙ୍କୁ ଡରାଇଲେ,ପରେ ମାଡ଼ ମାରି ଲୁଟିନେଲେ ୩ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣି ଗାଁ ନିକଟରେ ଘଟିଛି ଏହି ଘଟଣା।
ଅଧିକ ପଢ଼ନ୍ତୁ: ଜେଲ୍ରେ ଥିବା ଭାଇକୁ ମୁକୁଳାଇବାକୁ ଲୁଟ୍ କଲା, ହତ୍ୟାକାରୀ ବି ସାଜିଲା
ଅଭିଯୋଗ ଅନୁଯାୟୀ, ଆଜି ଦିନ୧୦ଟା ସମୟରେ ରାଉରକେଲା ଅଞ୍ଚଳର ୩ ଜଣ ବ୍ୟବସାୟୀ ଏକ ଇଣ୍ଡିକା କାରରେ ଛେଳି ବଜାରକୁ ଯାଉଥିଲେ। ବଘିଆବେର୍ଣ୍ଣିଠାରେ ବ୍ୟବସାୟୀମାନେ ପହଞ୍ଚି ଥିବାବେଳେ ୪ ଜଣ ଦୁର୍ବୃତ୍ତ ହଠାତ୍ କାର ଆଗକୁ ଆସି ଅଟକାଇଥିଲେ। ବ୍ୟବସାୟୀମାନେ ରାସ୍ତା ଉପରେ କାର୍ ରଖିଦେଇଥିଲେ। ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ ଦେଖା ଭୟଭୀତ କରିଥିଲେ। ସେମାନଙ୍କ ପାଖରେ ଥିବା ଟଙ୍କା ପଇସା ଦେବାକୁ ଧମକ ଦେଇଥିଲେ।
ହେଲେ ବ୍ୟବସାୟ ମାନେ ଟଙ୍କା ପଇସା ଦେବାକୁ ଅରାଜି ହେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ସେମାନଙ୍କ ପାଖରେ ଥିବା ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ବ୍ୟବସାୟୀ। ପୋଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Loot_1744879513.jpg)