Advertisment

Armed Robbery in Odisha: କିଣି ପାରିଲେନି ଛେଳି; ନିର୍ଧୂମ ମାଡ଼ ଖାଇଲେ

ହାତ ଦେଖାଇ ଗାଡ଼ି ଅଟକାଇଲେ, ବନ୍ଧୁକ ମୁନରେ ଛେଳି ବ୍ୟବସାୟୀଙ୍କୁ ଡରାଇଲେ,ପରେ ମାଡ଼ ମାରି ଲୁଟିନେଲେ ୩ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣି ଗାଁ ନିକଟରେ ଘଟିଛି ଏହି ଘଟଣା।

ଅଦ୍ୟତନ ହୋଇଛି
Loot

Loot

Advertisment

ହାତ ଦେଖାଇ ଗାଡ଼ି ଅଟକାଇଲେ, ବନ୍ଧୁକ ମୁନରେ ଛେଳି ବ୍ୟବସାୟୀଙ୍କୁ ଡରାଇଲେ,ପରେ ମାଡ଼ ମାରି ଲୁଟିନେଲେ ୩ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣି ଗାଁ ନିକଟରେ ଘଟିଛି ଏହି ଘଟଣା।

Advertisment

ଅଧିକ ପଢ଼ନ୍ତୁ: ଜେଲ୍‌ରେ ଥିବା ଭାଇକୁ ମୁକୁଳାଇବାକୁ ଲୁଟ୍ କଲା, ହତ୍ୟାକାରୀ ବି ସାଜିଲା

ଅଭିଯୋଗ ଅନୁଯାୟୀ, ଆଜି ଦିନ୧୦ଟା ସମୟରେ ରାଉରକେଲା ଅଞ୍ଚଳର ୩ ଜଣ ବ୍ୟବସାୟୀ ଏକ ଇଣ୍ଡିକା କାରରେ ଛେଳି ବଜାରକୁ ଯାଉଥିଲେ। ବଘିଆବେର୍ଣ୍ଣିଠାରେ ବ୍ୟବସାୟୀମାନେ ପହଞ୍ଚି ଥିବାବେଳେ ୪ ଜଣ ଦୁର୍ବୃତ୍ତ ହଠାତ୍ କାର ଆଗକୁ ଆସି ଅଟକାଇଥିଲେ। ବ୍ୟବସାୟୀମାନେ ରାସ୍ତା ଉପରେ କାର୍‌ ରଖିଦେଇଥିଲେ। ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ ଦେଖା ଭୟଭୀତ କରିଥିଲେ। ସେମାନଙ୍କ ପାଖରେ ଥିବା ଟଙ୍କା ପଇସା ଦେବାକୁ ଧମକ ଦେଇଥିଲେ।

Advertisment

ହେଲେ ବ୍ୟବସାୟ ମାନେ ଟଙ୍କା ପଇସା ଦେବାକୁ ଅରାଜି ହେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିଥିଲେ।  ପରେ ସେମାନଙ୍କ ପାଖରେ ଥିବା ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ବ୍ୟବସାୟୀ। ପୋଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଦେହରେ ଖାକିବର୍ଦ୍ଦି, ମନରେ ସୈତାନୀ ଫଣ୍ଡା; ଲୁଟିନେଲେ ୮ ଲକ୍ଷ...

Sundargarh Crime News Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ