Advertisment

ପୁଅ ବଦଳରେ ବାପାକୁ ଅପହରଣ; ଅଧ ରାତିରେ ଘରେ ପଶି ମାର୍‌ପିଟ୍‌ ଓ ଭଙ୍ଗାରୁଜା

ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ୍‌। ପୁଅକୁ ଅପହରଣ କରିବାକୁ ଆସିଥିଲେ। ହେଲେ ପୁଅକୁ ନପାଇ ବାପାକୁ ଅପହରଣ କରି ନେଇଥିବା ଅଭିଯୋଗ।

author-image
Rajalaxmi Sahoo
Armed Miscreants Barge Into House

Armed Miscreants Barge Into House

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ୍‌। ରାତି ଅଧରେ ଘରେ ପଶି ମାର୍‌ପିଟ୍‌ ଏବଂ ଭଙ୍ଗାରୁଜା କରିବା ସହ ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯୁବକମାନେ ପୁଅକୁ ଅପହରଣ କରିବାକୁ ଆସିଥିଲେ। ହେଲେ ପୁଅକୁ ନପାଇ ବାପାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସହର ଗୋପବନ୍ଧୁ ନଗର ପଡାରେ ଏଭଳି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, କିଛି ଦିନ ପୂର୍ବେ କୌଣସି କାରଣକୁ ନେଇ ଗୋପବନ୍ଧୁ ନଗର ପଡାରେ ଶିବପ୍ରସାଦ ବେହେରାଙ୍କ ପୁଅ ବିମଳ ବେହେରାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ଝଗଡ଼ା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ସହରର ଅନ୍ୟପଡାର ୧୫ରୁ ୨୦ ଜଣ ଯୁବକ ମାରଣାସ୍ତ୍ର ଧରି ବିମଳଙ୍କ ଘରେ ପହଞ୍ଚିଥିଲେ। ସେହି ସମୟରେ ବିମଳ ଘରେ ନଥିବାରୁ ଯୁବକମାନେ ଆତଙ୍କ ସୃଷ୍ଟି କରିବା ସହ ମାର୍‌ପିଟ୍‌ ଏବଂ ଭଙ୍ଗାରୁଜା କରିଥିଲେ। ଶେଷରେ ଯୁବକମାନେ ଶିବପ୍ରସାଦଙ୍କୁ ଅପହରଣ କରି ନେଇଥିଲେ। 

Advertisment

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ, ଘଟଣାକୁ ନେଇ ଶିବପ୍ରସାଦଙ୍କ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପହରଣ କରିଥିବା ଯୁବକଙ୍କ ମଧ୍ୟରୁ କିଛି ଯୁବକ କଦମ୍ୱପଡାର ବୋଲି ଜଣାପଡ଼ିଛି। ପୋଲିସ ଶିବପ୍ରସାଦଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖିଛି। ସେପଟେ ଯୁବକଙ୍କ ଏଭଳି ଆତଙ୍କରାଜକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। 

Kidnap Miscreants Barge Into House
Advertisment
Advertisment