• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି EDରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟ ଇଡିରେ ହାଜର ହେବା ସମ୍ଭାବନା ରହିଛି । ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିବା ସୂଚନା ମିଳିଛି ।

ପୂର୍ବରୁ ୩ କୋଟି ଟଙ୍କା ବ୍ଲାକମେଲିଂ ନେଇ ଥାନାରେ ଅଭିଯୋଗ କରିଥିଲେ ଫିଲ୍ନ ନିର୍ଦ୍ଦେଶକ ଅକ୍ଷୟ ପରିଜା । ଏପରିକି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଇଥିଲେ । ତେବେ ବ୍ଲାକ୍‌ମେଲ କରି ଅର୍ଚ୍ଚନା କେତେ ଟଙ୍କା ନେଇଛି ? କେବେ ଠାରୁ ଅକ୍ଷୟଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଥିଲା ? ଅକ୍ଷୟ ଏମାନଙ୍କୁ କେତେ ଟଙ୍କା ଦେଇଛନ୍ତି ? ଏସବୁ ଲିଙ୍କ୍‌ରେ ଇଡି ଅକ୍ଷୟ ପରିଜାଙ୍କୁ ପଚରାଉଚରା କରିପାରେ ।

ଅର୍ଚ୍ଚନା ହନିଟ୍ରାପ୍ ଓ ବ୍ଲାକ୍‌ମେଲ୍ ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ଏହା କହିଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଓକିଲ । ନିରପେକ୍ଷ ତଦନ୍ତ ହେଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ତେବେ ଆଜି ହାଜର ପାଇଁ ଅକ୍ଷୟ ପରିଜାଙ୍କୁ ଇଡିର ନୋଟିସ୍ ଥିଲେ ବି ଅସୁସ୍ଥତା ଯୋଗୁ ସେ ହାଜର ହୋଇପାରିନଥିବା ଜଣାଇଛନ୍ତି ତାଙ୍କ ଓକିଲ ।

ଅକ୍ଷୟ ବିଦେଶରୁ ଫେରିବା ପରେ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହୋମ କ୍ୱାରେଣ୍ଟିନରେ ଅଛନ୍ତି । ତେଣୁ ତାଙ୍କୁ ଅନ୍ୟ ତାରିଖ ଦେବାକୁ ଓକିଲ ଇଡିକୁ ଜଣାଇଥିଲେ । ଏହି ଆଧାରରେ ତାଙ୍କୁ ଅନ୍ୟ ତାରିଖରେ ହାଜର ପାଇଁ ସମୟ ମିଳିବ ବୋଲି ଅକ୍ଷୟଙ୍କ ଓକିଲ ସୂଚନା ଦେଇଛନ୍ତି । ତେବେ ଖୁବଶୀଘ୍ର ହାଜର ହୋଇ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ଅକ୍ଷୟଙ୍କ ଓକିଲ ।

ବ୍ଲାକ୍‌ମେଲ କରି ତାଙ୍କୁ ୩ କୋଟି ମଗାଯାଇଥିବା ଥାନାରେ ଏତଲା ଦେଇଥିଲେ ଅକ୍ଷୟ । ତେବେ ଅକ୍ଷୟ ବ୍ଲାକ୍ ମେଲ୍ ମାମଲାରେ କେତେ ଟଙ୍କା ଦେଇଛନ୍ତି, ୩ କୋଟି ଟଙ୍କା ମଗାଯାଇଥିବା ବେଳେ ସେ କେତେ ଟଙ୍କା ଦେଇଥିଲେ,  ଅର୍ଚ୍ଚନା ନା ଆଉ କାହାକୁ ଟଙ୍କା ଦେଇଛନ୍ତି । ଏବାଦରେ ତଥ୍ୟ ଓଗାଳିବାକୁ ଯୋଜନା କରିଛି ଇଡି । ଏପରିକି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଇଥିଲେ ଅକ୍ଷୟ ।