• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ । ରାତିତମାମ ଚେକିଂ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରୁଛି ଏହି ଟିମ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମରେ କିଛି ବନ୍ଧୁକଧାରୀ ଅଫିସର ରହିଛନ୍ତି । ରାଜଧାନୀ ଉପକଣ୍ଠରେ ପାଇଁତରା ମାରୁଛି ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ ।

ଏନେଇ ଏକ ହ୍ୱାଟସଆପ୍ ଗ୍ରୁପ ମଧ୍ୟ କରାଯାଇଛି । ସମସ୍ତ ଥାନାର ଅଧିକାରୀ ଏହି ଗ୍ରୁପରେ ରହିଛନ୍ତି । ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡି ଦେଖିଲେ ତୁରନ୍ତ ପହଂଚୁଛି ପୋଲିସ । ଯେଉଁ ଆପାର୍ଟମେଣ୍ଟର ସିସିଟିଭି କାମ କରୁନାହିଁ, ସେ ନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି ସ୍କ୍ୱାର୍ଡ ।

ରାଜଧାନୀରେ ଏବେ ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ଲୁଟି ଚାଲିଛନ୍ତି ଲୁଟେରା । ସିସିଟିଭି ଅଛି, ସିକ୍ୟୁରିଟି ବି ଜଗିଛି । କିନ୍ତୁ ଖଣ୍ଡା ଧରି ଆପାର୍ଟମେଣ୍ଟ ଭିତରେ ବୁଲୁଛନ୍ତି ଲୁଟେରା । ରେକି ପରେ ଲୁଟ ଉଦ୍ୟମ ମଧ୍ୟ କରୁଛନ୍ତି । ହେଲେ ପୋଲିସ ଚୋର ଧରିବା ଦୂର କଥା, ଏତଲା ମଧ୍ୟ ଗ୍ରହଣ କରୁନାହିଁ । ତେଣୁ ଘର ଛାଡିବା ପାଇଁ ମନସ୍ଥ କଲେଣି ଆପାର୍ଟମେଣ୍ଟବାସୀ ।

ଅଧିକ ପଢନ୍ତୁ:ଅଟୋ ଚାଳକଙ୍କ ଉତ୍ପାତ ! ରାସ୍ତା ମଝିରେ ଅଟକାଉଛନ୍ତି ବାଇକ୍

ତାଲା କାଟି ସୁନା ଅଳଙ୍କାର ଲୁଟି ନେଇ ଯାଉଛନ୍ତି ଲୁଟେରା । ହେଲେ ପେଟ୍ରୋଲିଂ କରି ଚୋର ଧରିବା ବଦଳରେ ପୋଲିସ ହ୍ୱାଟ୍ସ୍‌ଆପ୍‌ରେ ଜାରି କରୁଛି ସୁରକ୍ଷା ବାର୍ତ୍ତା । ଆପାର୍ଟମେଣ୍ଟରେ ସିସିଟିଭି ଲଗାଇବା ସହ ରାତି ପ୍ରାୟ ୧ ରୁ ୩ ଟା ପର୍ଯ୍ୟନ୍ତ ଆଲର୍ଟ ରହିବାକୁ କହୁଛି ପୋଲିସ । ଯାହାକୁ ନେଇ ଥରହର ହେଲାଣି ରାଜଧାନୀବାସୀଙ୍କ ଛାତି ।

କିଛିଦିନ ତଳେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ଆପାର୍ଟମେଣ୍ଟ ମାନଙ୍କରେ IP କ୍ୟାମେରା ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାର ତଥ୍ୟ କମିଶନରେଟ ପୋଲିସ ନିକଟରେ ରଖିବା ସହ ସୁପର ଭିଜନ ପାଇଁ ଜଣେ ଏସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଲୁଟେରା ଖୁଲମଖୁଲା ଲୁଟିବା ଘଟଣା ପୋଲିସର ପାରିବାପଣିଆ ପ୍ରତି ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସେପଟେ ଆପାର୍ଟମେଣ୍ଟ ଲୁଟ ନେଇ ପୋଲିସ ସିରିୟସ ଥିବା କହିଛନ୍ତି ଡିସିପି ।

ଅଧିକ ପଢନ୍ତୁ:ରତ୍ନଭଣ୍ଡାରକୁ ପ୍ରବେଶ କଲା ASI, ପ୍ରଥମ ଦିନରେ ସରିଲା ଭାରାବନ୍ଧା

OTV is now on Whatsapp

Join and get latest news update delivered to you via whatsapp

Join Now