Advertisment

ସୁଭଦ୍ରା ଫର୍ମ ବାଣ୍ଟିବା ହେଲା କାଳ; ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ

ସୁଭଦ୍ରା ଯୋଜନା ଫର୍ମ ବାଣ୍ଟିବା ହେଲା କାଳ। ଶେଷରେ ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

ଅଦ୍ୟତନ ହୋଇଛି
Anganwadi Worker Attacked While Distributing Subhadra Yojana Forms

Anganwadi worker

Advertisment

ଅଭାବନୀୟ ଘଟଣା । ସୁଭଦ୍ରା ଯୋଜନା ଫର୍ମ ବାଣ୍ଟିବା ହେଲା କାଳ। ଶେଷରେ ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ମହିଳାମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଫର୍ମ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦେଇଛନ୍ତି । ମାତ୍ର ଫର୍ମ ବଣ୍ଟନକୁ ନେଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ଵର ଖଦାଳପୋଖରୀ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମଟିକିରି ଅଙ୍ଗନବାଡ଼ି କେନ୍ଦ୍ରରେ ।

Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ପ୍ରୀତିରେଖା ବଳଙ୍କ ଅନୁପସ୍ଥିତିରେ ସହାୟିକା ଭୁଲ ବଶତଃ ଜଣେ ୨୧ ବର୍ଷରୁ କମ୍ ହୋଇ ଥିବା ମହିଳାଙ୍କୁ ଫର୍ମ ଦେଇ ଦେଇଥିଲେ । ସେହି ମହିଳା ଜଣଙ୍କ ଅଯୋଗ୍ୟ ହିତାଧିକାରୀ ଜାଣିବା ପରେ ଅଙ୍ଗନବାଡି କର୍ମୀ ତାଙ୍କୁ ଫର୍ମ ଫେରସ୍ତ ମାଗିଥିଲେ । ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ପରିବାର ଲୋକେ ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ମାରିଥିଵା ଵାଂଶଡା ଥାନାରେ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ବଢ଼ିଲା ସହାୟତା ରାଶି...

ଅଭିଯୋଗକାରୀ ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖା ବଳ କହିଛନ୍ତି, ସେ ଅଯୋଗ୍ୟ ହୋଇଥିବାରୁ ଫର୍ମ ଫେରାଇ ଦେବାକୁ କହିଥିଲି। ହେଲେ ସେମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଥିଲେ ଓ ମୋତେ ମାଡ଼ ମାରିଥିଲେ।

Advertisment

ଅଭିଯୋଗ ପାଇବା ପରେ ବାଂଶଡ଼ା ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଖୁବଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ବାଂଶଡ଼ା ଥାନାଧିକାରୀ ଦେବରାଜ ଜେନା ପ୍ରକାଶ କରିଛନ୍ତି । ବାଂଶଡ଼ା ଥାନାରେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରିତୀରେଖା ବଳ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ଚାନ୍ଦବାଲି ବିଡ଼ିଓଙ୍କୁ ଅଙ୍ଗନବାଡ଼ି କର୍ମୀମାନେ ନ୍ୟାୟ ପାଇଁ ଦ୍ଵାରସ୍ଥ ହୋଇଛନ୍ତି। ଵିଡିଓ ଘଟଣାରେ ତଦନ୍ତ କରୁଛନ୍ତି। 

ଆଗାମୀ ଦିନରେ ଯଦି ନ୍ୟାୟ  ନମିଳେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ମହିଳା । ଏହି ଘଟଣାରେ ଵାଂଶଡା ଥାନା ଅଧିକାରୀ ଦେବରାଜ ଜେନା କହିଛନ୍ତି ଖୁବ୍‌ଶୀଘ୍ର ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

Advertisment
Anganwadi Workers Anganwadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ