• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଲ୍‌ହାବାଦ ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା । ହଷ୍ଟେଲ୍‌ ଭିତରେ ଫୁଟିଲା ବୋମା । ଗୁରୁତର ହେଲେ ଛାତ୍ର । ବୁଧବାର ସନ୍ଧ୍ୟାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ହଷ୍ଟେଲ ଭିତରେ କେମିତି ଫୁଟିଲା ବୋମା ? ହଷ୍ଟେଲ ଭିତରକୁ କେଉଁଠୁ ଆସିଲା ବୋମା ?

ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବା ବେଳେ ପୋଲିସ ରଖିଲା ଚମକେଇ ଦେବା ଭଳି ଉତ୍ତର । ପୋଲିସ କହିଛି ଯେ, କଲେଜ ହଷ୍ଟେଲରେ ଜଣେ ଛାତ୍ର ବୋମା ଭିଡ଼ୁଥିଲା । ସେତିକି ବେଳେ ତାଙ୍କ ହାତରେ ତାହା ଫୁଟିଥିଲା । ଛାତ୍ର ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ର ଜଣକ ହଷ୍ଟେଲରେ କାହିଁକି ବୋମା ଭିଡ଼ୁଥିଲେ ? ଏହା ପଛର କାରଣ କ’ଣ ? ତାଙ୍କୁ କିଏ ବୋମା ତିଆରି କରିବାକୁ କହିଥିଲା ? ସେ କେଉଁଠାରୁ ବୋମା ତିଆରି ଶିଖିଲେ ? ଏନେଇ ତମାମ ପ୍ରଶ୍ନ ନେଇ ଘଟଣାର ତଦନ୍ତ ଚାଲିଛି । ଖୁବ୍‌ଶୀଘ୍ର ଏହି ଘଟଣା ସମ୍ପୂର୍ଣ୍ଣ ଖୁଲାସା ହେବ ବୋଲି ପୋଲିସ କହିଛି ।

ବୋମା ତିଆରି କରୁଥିବା ଛାତ୍ର ଜଣକ ହେଉଛନ୍ତି, ଆଲ୍‌ହାବାଦ ବିଶ୍ୱବିଦ୍ୟାୟରେ ଏମ୍‌ଏ ପାଠ ପଢ଼ୁଥିବା ପ୍ରଭାତ ଯାଦବ । ସେ ପିସି ବନାର୍ଜୀ ହଷ୍ଟେଲ୍‌ରେ ରହୁଥିଲେ । ସେଇଠାରେ ହିଁ ଏହି ବୋମା ବିସ୍ଫୋରଣ ହୋଇଛି । 

ତାଙ୍କୁ ଗୁରୁତର ଅବସ୍ଥାନରେ SRN ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଆଉ ଜଣେ ଛାତ୍ର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।