Advertisment

104 ଏମରଜେନ୍ସି ନମ୍ବରକୁ ପୁଣି ଆସୁଛି ଫେକ୍‌ କଲ୍‌: ଫୋନ୍‌ ଉଠାଇବା ମାତ୍ରେ ଶୁଭୁଛି ଅଶ୍ଳୀଳ ଭାଷା

୨୦୨୧ ଜାନୁଆରୀରୁ ମେ ମାସ ମଧ୍ୟରେ ଏହି ସବୁ କଲ ଆସିଛି। ପୂର୍ବରୁ ମଧ୍ୟ ଏଭଳି ଫେକ କଲ ଆସିଥିବା ନେଇ ଗତବର୍ଷ ଏପ୍ରିଲରେ କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ ଏଭଳି କଲ କରିବା ଫଳରେ କର୍ମଚାରୀ ହଇରାଣ ହେଉଥିବାବେଳେ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହେଉଛି।

author-image
Sarbeswar
ଅଦ୍ୟତନ ହୋଇଛି
104 ଏମରଜେନ୍ସି ନମ୍ବରକୁ ପୁଣି ଆସୁଛି ଫେକ୍‌ କଲ୍‌: ଫୋନ୍‌ ଉଠାଇବା ମାତ୍ରେ ଶୁଭୁଛି ଅଶ୍ଳୀଳ ଭାଷା

Fake call

ଭୁବନେଶ୍ୱର: କୋଭିଡ ହେଲପ୍‌ ଲାଇନ ନମ୍ବର 104 କୁ ଆସୁଛି ଫେକ୍ କଲ। ଗୋଟେ ଗୋଟେ ନମ୍ବରରୁ ପ୍ରାୟ ୫୦୦ ଥର କଲ ଆସିଥିବା ଜଣାପଡିଛି। ଏପରିକି କଲ ସେଣ୍ଟର ମହିଳା କର୍ମଚାରୀ ଏବଂ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ କଲ କରି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଏନେଇ 104 ହେଲପ ଲାଇନ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ଜା ହେଲଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ମଧ୍ୟ ଅଛି। ଏଥି ମଧ୍ୟରୁ ଗୋଟିଏ ନମ୍ବରରୁ ୪୯୨ ଥର, ଅନ୍ୟ ଏକ ନମ୍ବରରୁ ୨୦୧ ଥର କଲ ଆସିଥିବା ଉଲ୍ଲେଖ ରହିଛି। ଦଶଟି ନମ୍ବରରୁ ଶହେରୁ ଅଧିକ ଥର କଲ ଆସିଥିବା ଅଭିଯୋରେ ଲେଖାଯାଇଛି। ୨୦୨୧ ଜାନୁଆରୀରୁ ମେ ମାସ ମଧ୍ୟରେ ଏହି ସବୁ କଲ ଆସିଛି। ପୂର୍ବରୁ ମଧ୍ୟ ଏଭଳି ଫେକ କଲ ଆସିଥିବା ନେଇ ଗତବର୍ଷ ଏପ୍ରିଲରେ କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ ଏଭଳି କଲ କରିବା ଫଳରେ କର୍ମଚାରୀ ହଇରାଣ ହେଉଥିବାବେଳେ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହେଉଛି।

Advertisment

ତେବେ ପୂର୍ବରୁ ମଧ୍ୟ କରୋନା ଏମରଜେନ୍ସି ନମ୍ବରକୁ ଫେକ୍ କଲ୍ ଆସୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କରୋନା ଭାଇରସ ସମ୍ପର୍କରେ ତଥ୍ୟ ଏବଂ ସହାୟତା ପାଇଁ ଜାରି ୧୦୪ ହେଲ୍‌ପ ଲାଇନ୍ ନମ୍ବରକୁ ଫେକ୍ କଲ୍ କରୁଛନ୍ତି କିଛି ଆସାମାଜିକ ଯୁବକ। ସହାୟତା କେନ୍ଦ୍ରର ମହିଳା କର୍ମଚାରୀଙ୍କୁ ହଇରାଣ ହରକତ କରୁଥିବା ମଧ୍ୟ ଅଭିଯୋଗ ଆସିଛି।

Advertisment

ପୂର୍ବରୁ ମଧ୍ୟ ୧୦୪ ଏମର୍ଜେନ୍ସୀ ନମ୍ବରକୁ ଫେକ୍ କଲ୍ ଆସୁଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଫେକ୍ କଲରଙ୍କ ବିରୋଧରେ ୧୦୪ ପରିଚାଳନାକାରୀ ଜିକିଜା ହେଲ୍‌ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲା। ମୋଟ ୩୮ ଜଣ ଫେକ୍ କଲର୍‌ଙ୍କ ନାଁରେ ଏତଲା ହୋଇଥିଲେ ବି ଏବେ ପୁଣି ଥରେ ଫେକ୍ କଲ୍ ଆସିବା ଆରମ୍ଭ ହୋଇଛି।

Odisha News Bhubaneswar Crimes In Odisha Odisha 104 Helpline
Advertisment
Advertisment