/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656936524.jpg)
Online game
ମୋବାଇଲ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଏହି ଅଭିଯୋଗ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଭୁଆଶୁଣି ଗାଁରୁ ଆସିଛି । ଭଗବାନ ପରିଡ଼ାଙ୍କ ପୁଅ ଦେବେନ୍ଦ୍ର ପରିଡ଼ା ମୋବାଇଲ୍ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ଦାହ ସଂସ୍କାର ପାଇଁ ମୃତଦେହକୁ ପରିବାର ଲୋକେ ମଶାଣିକୁ ନେଉଥିବା ବେଳେ ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏନେଇ ତଦନ୍ତ ମଧ୍ୟ ଜାରି ରହିଛି ।
Advertisment
ପୂର୍ବରୁ ମଧ୍ୟ ଅନେକ ଯୁବକ ଯୁବତୀ ଅନ୍ଲାଇନ୍ ଗେମ୍ କାରଣରୁ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ଅନ୍ଲାଇନ୍ ଗେମ୍ କାରଣରୁ ଅନେକଙ୍କର ମୃତ୍ୟୁ ହୋଇଥିବା ପ୍ରତିଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଅନ୍ଲାଇନ୍ ଗେମ୍ରେ ପିଲାମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦେଉଛନ୍ତି । କିଛି ସମୟରେ ଅନ୍ଲାଇନ୍ ଗେମ୍ କାରଣରୁ ନିଜ ପିତାମାତାଙ୍କୁ ଆକ୍ରମଣ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)