Advertisment

ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର, ହେଲେ ଜାଣି ନଥିଲେ ଦିନେ ଏମିତି ହେବ....

ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର। ଏପରିକି ସମ୍ପୃକ୍ତ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ, ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Additional Tehsildar Arrested

Additional Tehsildar Arrested

ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର। ଏପରିକି ସମ୍ପୃକ୍ତ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ, ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅତିରିକ୍ତ ତହସିଲଦାର। ଶେଷରେ ଅତିରିକ୍ତ ତହସିଲଦାର ପ୍ରତାରଣା ଦେବା ପରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଅତିରିକ୍ତ ତହସିଲଦାର ରୂପକ କୁଜୁରଙ୍କୁ ଗିରଫ କରିଛି

Advertisment

ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଅତିରିକ୍ତ ତହସିଲଦାର ରୂପକ କୁଜୁର ଅଲଣ୍ଡା ଗାଁର ଜଣେ ଯୁବତୀଙ୍କୁ ୨୦୦୮ ମସିହାରୁ ପ୍ରେମ କରୁଥିଲେ। ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହରୂପକ ଶାରୀରିକ ସମ୍ପର୍କ  ସ୍ଥାପନ କରିଥିଲେ। ଶେଷରେ ରୂପକ ପ୍ରତାରଣା ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ଯୁବତୀ ଲାଞ୍ଜିବାନା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ୍‌ ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିଛି। ଏହାସହ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠା ଯାଇଛି। 

ଅତିରିକ୍ତ ତହସିଲଦାର ରୂପକ ଅନ୍ୟ ଜଣେ ମହିଳାଙ୍କୁ କୋର୍ଟରେ ବିବାହ କରିଥିବା ସୂଚନା ମିଳିଛି। ଖବର ଲେଖାଯିବା ସୁଦ୍ଧା ଏହି ମାମଲାରେ ଅଭିଯୋଗକାରିଣୀ କିମ୍ବା ଅତିରିକ୍ତ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନି। 

Advertisment
Betrayed In Love Additional Tehsildar Arrested
Advertisment
Advertisment