• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲି ମାଫିଆଙ୍କ ଆତଙ୍କରାଜ୍ । ଅତିରିକ୍ତ ତହସିଲଦାର, RIଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି କିଛି ଘଟଣା ଏବେ ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଞ୍ଜାମ ଥାନା ମାଳିଜଗନ୍ନାଥପୁର ବାଲିଘାଟକୁ ଯାଞ୍ଚ କରିବାକୁ ଯାଇଥିଲେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନା ଓ ତିନି ଜଣ RI- ଭାସ୍କର ସାହୁ, ସୀତାରାମ ସାହୁ ଏବଂ ସୁଶାନ୍ତ ବେହେରା ।

ଋଷିକୁଲ୍ୟା ନଦୀରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ଏମାନେ ଚଢ଼ାଉ କରିବାକୁ ଯାଇଥିଲେ । ହେଲେ ବାଲିଘାଟ ନିକଟରେ ତାଙ୍କୁ କିଛି ଲୋକେ ଆକ୍ରମଣ କରିଥିଲେ । ଲୁହା ରଡରେ ଗୋଡାଇ ଗୋଡ଼ାଇ ପିଟିଥିଲେ । ଅତିରିକ୍ତ ତହସିଲଦାର ଓ ୩ ଆରଆଇ ଲହୁଲୁହାଣ ହୋଇ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ପରେ ୩ ଜଣଙ୍କୁ ଅଟକ ରଖତ୍ ଗଞ୍ଜାମ ପୋଲିସର ତଦନ୍ତ କରୁଛନ୍ତି ।