• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାରଳାଖେମୁଣ୍ଡି ପୂର୍ବତନ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି କରିଛନ୍ତି ପାରଳାଖେମୁଣ୍ଡି SDJM କୋର୍ଟ । ଆସନ୍ତା ଜୁଲାଇ ୭ ତାରିଖରେ ୩ ଅଭିଯୁକ୍ତ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।

୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ସନ୍ଦେହଜନକ ଅବସ୍ଥାରେ ନିଆଁରେ ପୋଡ଼ି ହୋଇଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ। ପରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ଘଟଣା ପାଇଁ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ମାମଲା ଦାଏର କରିଥିଲେ ସୌମ୍ୟଙ୍କ ବାପା ।

ପରେ କ୍ରାଇମବ୍ରାଞ୍ଚ ଏ ଘଟଣାର ତଦନ୍ତ ଭାର ନେଇଥିଲା। ଅନ୍ୟପଟେ ଦୋଷୀଙ୍କୁ ଘଣ୍ଟ ଘୋଡାଗଲେ ମଧ୍ୟ...ଆଇନ ଆମକୁ ନ୍ୟାୟ ଦେଇଥିବା ନେଇ ସୌମ୍ୟରଞ୍ଜନଙ୍କ ମାମୁ କହିଛନ୍ତି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।