Advertisment

ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ନିଆଯିବ ଗୁଜରାଟ; ହତ୍ୟାକାଣ୍ଡର ୧୧ ଦିନରେ କ୍ରାଇମ ସ୍ପଟ୍ ଗଲେ ଡିଜିପି

ହତ୍ୟାକାଣ୍ଡ ସ୍ଥଳରେ ଜଷ୍ଟିସ୍ ଦାସଙ୍କ ସରଜମିନ ଅନୁଧ୍ୟାନ

ଅଦ୍ୟତନ ହୋଇଛି
undefined

Naba Das murder investigation

Advertisment

ରାଜ୍ୟ ପୋଲିସ ମୁଖିଆଙ୍କ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୬ ଦିନରେ ଯାଇ ମୁହଁ ଖୋଲି ଥିଲେ ରାଜ୍ୟ ପୋଲିସ ମୁଖିଆ । ୧୦ ଦିନ ପରେ ଆଜି ନବଙ୍କ ଏକାଦଶାହରେ ପ୍ରଥମଥର ପାଇଁ କ୍ରାଇମ୍ ସ୍ପଟ୍ ଭିଜିଟ୍ କଲେ ପୋଲିସ୍ ଡିଜି । ସେହି ସମୟର ଦୃଶ୍ୟ। କ୍ରାଇମ୍ ବ୍ରାଞ୍ଚ ତଦନ୍ତର ମନିଟରିଂ କରୁଥିବା ଜଷ୍ଟିସ୍ ଜେ.ପି. ଦାସଙ୍କ ସହ ଗତକାଲିଠୁ ଝାରସୁଗୁଡ଼ା ଜିଲ୍ଲା ରେ ଥିବା ପୋଲିସ୍ ଡିଜି ସୁନୀଲ ବଂଶଲ ଆଜି ସକାଳ ପ୍ରାୟ ୯ଟା ୪୫ରେ ନବ ହତ୍ୟାକାଣ୍ଡ ସ୍ଥଳ ବ୍ରଜନଗନର ଗାନ୍ଧିଛକ କ୍ରାଇମ୍ ସ୍ପଟରେ ପହଞ୍ଚିଥିଲେ ।

Advertisment

ସାଙ୍ଗରେ ଥିଲେ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଏଡିଜି ଆଇନ୍ ଶୃଙ୍ଖଳା ଆର୍. କେ. ଶର୍ମା ଓ ଉତ୍ତରାଞ୍ଜଳର ପୋଲିସ୍ ଆଇଜି ଡକ୍ଟର ଦୀପକ କୁମାର । ଉତ୍ତରାଞ୍ଚଳ ଆଇଜିଙ୍କୁ କ୍ରାଇମ୍ ସିନ୍ ସଂପର୍କରେ ଅବଗତ ହୋଇ ପ୍ରାୟ ୫ ମିନିଟ୍ ଭିତରେ ଘଟଣାସ୍ଥଳ ଛାଡ଼ିଥିଲେ ପୋଲିସ୍ ଡିଜି ସୁନୀଲ ବଂଶଲ । ଆଉ ଫେରିବା ବେଳେ ଭୁବନେଶ୍ବର ଭଳି ଝାରସୁଗୁଡ଼ା ବିମାନ ବନ୍ଦରରେ କହିଲେ ତଦନ୍ତକୁ ଆଉ ଟିକେ ସମୟ ଲାଗିବ। 

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

Advertisment

ସେହିପରି ଡିଜିପିଙ୍କ ଘଟଣାସ୍ଥଳ ପରିଦର୍ଶନର କିଛି ସମୟ ପରେ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚିଥିଲେ ତଦନ୍ତର ଅନୁଧ୍ୟାନ ଦାୟିତ୍ବରେ ଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସ । ଘଟଣାଦିନ ଅଭିଯୁକ୍ତ ଗୋପାଳ ଦାସ କିଭଳି ମନ୍ତ୍ରୀ ନବଙ୍କୁ ଗୁଳି କରିଥିଲା, ସାଙ୍ଗରେ ଥିବା କ୍ରାଇମ୍ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କଠୁ ଟିକିନିଖି ଅବଗତ ହୋଇଥିଲେ ଜଷ୍ଟିସ୍ ଦାସ । ଏହାପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ରଖି କହିଥିଲେ ମାମଲାର ତଦନ୍ତ ଠିକ ବାଟରେ ଚାଲିଛି । 

ହତ୍ୟା ଉଦ୍ଦେଶ୍ୟ ଜାଣିବାକୁ ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । କ୍ରାଇମ ସିନ୍ ରିକ୍ରିୟେସନ୍ ବେଳେ ମନ୍ତ୍ରୀଙ୍କୁ କେମିତି ଗୁଳି କରି ମାରିଲା ନିର୍ବିରୋଧରେ ଗୋଟି ଗୋଟି କରି ବି ଦେଖା ସାରିଲାଣି ଅଭିଯୁକ୍ତ ଗୋପାଳ । ହେଲେ ଏପର୍ଯ୍ୟନ୍ତ କିନ୍ତୁ ତା ମୁହଁରୁ ହତ୍ୟାର ଉଦ୍ଦେଶ୍ୟ କେମିତି ଓଗାଳି ପାରୁନି ପୋଲିସ୍ ତାକୁ ନେଇ ଚର୍ଚ୍ଚା ।

Advertisment

ସରଜମିନ୍ ତଦନ୍ତ ସାରି ଭୁବନେଶ୍ବର ଫେରିବା ପରେ ଡିଜିପି ଏ ସଂପର୍କିତ ପ୍ରଶ୍ନରେ ମୁହଁ ଖୋଲି ନାହାନ୍ତି ତେବେ ଏହା ପଛରେ ଷଡ଼ଯନ୍ତ୍ର ଥିଓରୀ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ତଦନ୍ତ ତଦାରଖ ଦାୟିତ୍ବରେ ଥିବା ଜଷ୍ଟିସ୍ ଜେ.ପି. ଦାସ କହିଛନ୍ତି । ହତ୍ୟାକାଣ୍ଡର କାରଣ ଖୋଜା ଚାଲିଛି।

ଏପଟେ ଆଜି ଅଭିଯୁକ୍ତ ଗୋପାଳାକୁ ତୃତୀୟ ପର୍ଯ୍ୟାୟରେ ପୁଣି ୫ ଦିନିଆ ରିମାଣ୍ଡ ଅନୁମତି ମିଳିଛି । କେବଳ ସେତିକି ନୁହେଁ ଗୋପାଳର ନାର୍କୋ ଏବଂ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆଇନ୍ ଅନୁଯାୟୀ ଗୋପାଳର ସହମତି ପରେ ଏଥିପାଇଁ ବି କ୍ରାଇମ୍ ବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ଏହା ଭିତରେ ଗୋପାଳର ଏଲ୍ ଭିଏ ଟେଷ୍ଟ ଚାଲିଥିଲା ବେଳେ ସାଇକୋ ଆନାଲିସିସ୍ ଟେଷ୍ଟ ସରି ଯାଇଛି ।

ତେଣୁ ଏଇ ଉଦ୍ଦେଶ୍ୟ କାଢ଼ିବାରେ କେତେ ସକ୍ଷମ ହେବ ମାନସିକ ଓ ଭାବାବେଗ ପରୀକ୍ଷା ବା ସାଇକୋ ଆନାଲିସିସ୍ ଟେଷ୍ଟ। 
ଓଡ଼ିଶା ରେ ନାର୍କୋ ଟେଷ୍ଟର ସୁବିଧା ନଥିବାରୁ ଅଭିଯୁକ୍ତ ଗୋପାଳକୁ ଗୁଜରାଟର ଗାନ୍ଧିନଗର ନିଆଯିବ ବୋଲି କ୍ରାଇମ ବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି ।

Crime Branch Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ