• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଜ୍‌ଙ୍କ ମୃତ୍ୟୁ ନେଇ ବଢ଼ିଲା ସସ୍‌ପେନ୍ସ । ଆସିଲା ନୂଆ ଟ୍ୱିଷ୍ଟ । ଜଜ୍‌ ଆତ୍ମହତ୍ୟା କରିଛନ୍ତି ବୋଲି ଚାରିଆଡ଼େ ପ୍ରଚାର ହେବା ପରେ ଏବେ ଏହାକୁ ହତ୍ୟାକାଣ୍ଡ ବୋଲି କୁହାଯାଉଛି । ତେଣୁ ପୁରା ଘଟଣା ଏବେ ନୂଆ ମୋଡ଼ ନେଇଛି ।

କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ସୁବାସଙ୍କୁ ତାଙ୍କ ପତ୍ନୀ ଓ ଶଳା ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସୁବାସଙ୍କ ମାଆ ଓ ସାନ ଭାଇ । ଗତକାଲି ବାପାଙ୍କ ଶ୍ରାଦ୍ଧ ଥିବାରୁ ସୁବାସ ଗାଁକୁ ଆସିବାର ଥିଲା । ହେଲେ ତାଙ୍କର ମୃତ୍ୟୁ ଖବର ଆସିଥିଲା । ଏମିତିକି ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏନେଇ ସେ ଥାନାରେ ମାମଲା ରୁଜୁ କରିବେ । ସିବିଆଇ ତଦନ୍ତ ହେଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମୃତ ଜଜ୍‌ଙ୍କ ଭାଇ କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଜଜ୍‌ଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମିଳିପାରିନି । ସିଡିଏ ସେକ୍ଟର ୯ ସ୍ଥିତ ସରକାରୀ ବାସଭବନରୁ ଗତକାଲି ବିଚାରପତି ସୁବାସ ବିହାରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି ।