• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଚାନକ ଆଖି ବୁଜା ଗୁଳି ଚଳାଇଲେ ଯବାନ । ଜୁଆଡ଼େ ପାରିଲେ ଗୁଳି ମାରିଲେ । ଯେଉଁଠି ବେଶି ଲୋକ ଗହଳି ଥିଲେ ସେଠିକୁ ଗୁଳିମାରିଥିଲେ । ଯାହାଫଳରେ ପାଖାପାଖି ୧୩ ଜଣଙ୍କ ଜୀବନ ଚାଲିଗଲା । ନିମିଷେକ ଉଜୁଡ଼ିଗଲା ଅନେକଙ୍କ ସଂସାର । ସବୁଠାରୁ ବଡ଼ କଥା ହେଲା ଏହି ୧୩ ମୃତକଙ୍କ ମଧ୍ୟରୁ ୯ ଜଣ ଥିଲେ କୁନି ଛୁଆ ।

ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଘଟଣା ସେତେବେଳେ ଘଟିଥିଲା ଯେତେବଳେ ଜଣେ କୁନି ଛୁଆର ମୃତ୍ୟୁ ପରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଚାଲିଥିଲା । ଏହାଠାରୁ ଆହୁରି ବଡ଼ ଆଶ୍ଚର୍ଯ୍ୟକର କଥା ହେଲା, ଯେଉଁ ଯବାନ ଏଭଳି ଆଖିବୁଜା ଗୁଳି ଚଳାଇଥିଲେ ବା ଏହି ମୃତ୍ୟୁର ତାଣ୍ଡବ ରଚିଥିଲେ, ସେହି ଯବାନ ହିଁ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାରଣ ତାଙ୍କର କୁନି ପୁଅର ମୃତ୍ୟୁ ହୋଇଥିଲା । ଏହି ଯବାନ ନୌସେନାରେ କାର୍ଯ୍ୟରତ ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନେକ ଯବାନ ଉପସ୍ଥିତ ଥିଲେ । ଖାଲି ସେତିକି ନୁହେଁ ତାଙ୍କ ପରିବାର ଲୋକ ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ସମସ୍ତେ ଏହି ଘଟଣା ପାଇଁ ସ୍ତବ୍ଧ । ସମସ୍ତଙ୍କୁ ଏହା ଚକିତ କରିଛି । ଏଭଳି ଏକ ଭୟଙ୍କର କାଣ୍ଡ ଘଟାଇବା ପରେ ଉକ୍ତ ଯବାନ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ।

ଏହି ପୁରା ଘଟଣା ଗତ ଶନିବାର, ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ଘଟିଛି । ଏନେଇ ରବିବାର ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଜଣେ ସ୍ଥାନୀୟ ପୋଲିସ ଅଧିକାରୀ । ହ୍ରଦ କୂଳେ କୂଳେ ଥିବା ନ୍ୟାୟକୋଭା ଗାଁରେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଥିବା ପୋଲିସ କହିଛି । ତେବେ ଯବାନ ଜଣକ ଏଭଳି କାଣ୍ଡ କାହିଁକି ଭିଆଇଲେ ସେନେଇ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ । ଘଟଣାର ତଦନ୍ତ ଚାଲିଛି । ଖୁବ୍‌ଶୀଘ୍ର ଏହାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।