Advertisment

ଏ କିଭଳି କ୍ରୁରତା ? ସ୍କୁଲ୍‌ରେ ୮୦ ଛାତ୍ରୀଙ୍କୁ ବିଷ ଦେଇଦେଲେ, ଜାଣନ୍ତୁ କେଉଁଠି...

ସ୍କୁଲ୍‌ ଛାତ୍ରୀଙ୍କୁ ବିଷ ଦେଇଦେଲେ।  ପ୍ରାୟ ୮୦ ଜଣ ସ୍କୁଲ୍‌ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଥିବା ବେଳେ ଅସୁସ୍ଥ ଛାତ୍ରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girls Poisoned In Afghanistan School

80 Primary School Girls Poisoned In Afghanistan

ସ୍କୁଲ୍‌ ଛାତ୍ରୀଙ୍କୁ ବିଷ ଦେଇଦେଲେ। ଆଫଗାନିସ୍ତାନରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୮୦ ଜଣ ସ୍କୁଲ୍‌ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଥିବା ବେଳେ ଅସୁସ୍ଥ ଛାତ୍ରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ଓ ରବିବାର ଦିନ ଉତ୍ତର ଆଫଗାନିସ୍ତାର ସର୍‌-ଇ-ପୁଲ୍‌ ପ୍ରଦେଶରେ ଏହି ଘଟଣା ଘଟିଛି। ଏନେଇ ପ୍ରଦେଶ ଶିକ୍ଷା ବିଭାଗର ନିର୍ଦ୍ଦେଶକ ମହମ୍ମଦ ରହମାନି କହିଛନ୍ତି, ସାଙ୍ଗ୍‌ଛରକ୍‌ ଜିଲ୍ଲାରେ ଏହା ଘଟିଥିବା ବେଳେ ଅସୁସ୍ଥ ଛାତ୍ରୀ ପ୍ରଥମରୁ ଷଷ୍ଠ ଶ୍ରେଣୀର ବୋଲି ଜଣାପଡ଼ିଛି। 

Advertisment

ମହମ୍ମଦ ରହମାନି ଆହୁରି କହିଛନ୍ତି, ୬୦ ଜଣ ଛାତ୍ରୀ Naswan-e-Kabod Aab ସ୍କୁଲ୍‌ର ହୋଇଥିବା ବେଳେ ଅନ୍ୟ ୧୭ ଜଣ ଛାତ୍ରୀ Naswan-e-Faizabad ସ୍କୁଲ୍‌। ଏହି ୨ଟି ସ୍କୁଲ୍‌ ପାଖାପାଖି ଥିବାବେଳେ ଗୋଟିଏ ପରେ ଅନ୍ୟ ଏକ ସ୍କୁଲ୍‌କୁ ଟାର୍ଗେଟ୍‌ କରାଯାଇ ଛାତ୍ରୀଙ୍କୁ ବିଷ ଦିଆଯାଇଥିଲା। ଛାତ୍ରୀମାନେ ଅସୁସ୍ଥ ହେବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ସମସ୍ତେ ସୁସ୍ଥ ଅଛନ୍ତି। 

ଏହି ଘଟଣା ପଛରେ କାହାର ହାତ ଅଛି ? କାହିଁକି ଛାତ୍ରୀଙ୍କୁ ବିଷ ଦିଆଗଲା, ତାହା ଜଣାପଡ଼ିନାହିଁ। ଏନେଇ ତଦନ୍ତ ଚାଲିଥିବା ବେଳେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏଭଳି ଘଟଣା ଘଟାଇବା ପାଇଁ କେହିଜଣେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅର୍ଥ ପ୍ରଦାନ କରିଛି। ୨୦୨୧ ମସିହା ଅଗଷ୍ଟରେ ତାଲିବାନ ହାତକୁ ଶାସନ କ୍ଷମତା ଆସିବା ପରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

Advertisment

ଆଫଗାନିସ୍ତାନରେ ତାଲିବାନର ରାଜ୍‌ ଚାଲିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ଉପରେ କଟକଣା ଲାଗିବା ଆରମ୍ଭ ହୋଇଯାଇଥିଲା। ଝିଆମାନଙ୍କୁ ଷଷ୍ଠ ଶ୍ରେଣୀରୁ ଅଧିକ ଶିକ୍ଷା ଉପରେ ବାରଣ କରାଯିବା ସମେତ ବିଶ୍ୱବିଦ୍ୟାଳୟରେ ପାଠପଢ଼ିବା, ମହିଳାଙ୍କୁ ଚାକିରି ଓ ସର୍ବସାଧାରଣ ସ୍ଥାନକୁ ଯିବା ଇତ୍ୟାଦି ବାରଣ କରାଯାଇଛି। 

Afghanistan
Advertisment
Advertisment