Advertisment

21-Year-Old Goes On Stabbing Spree In China: ୨୧ ବର୍ଷର ଯୁବକର ବର୍ବର କାଣ୍ତ: ସ୍କୁଲରେ କଲା ଛୁରାମାଡ଼; ୮ ମୃତ, ୧୭ ଆହତ

ସ୍କୁଲରେ ଘଟିଲା ବଡ଼ଧରଣର ହତ୍ୟାକାଣ୍ଡ । ସ୍କୁଲ୍‌ରେ ହେଲା ଛୁରାମାଡ଼ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
21-Year-Old Goes On Stabbing Spree In China

21-Year-Old Goes On Stabbing Spree In China

Advertisment

ଭୟଙ୍କର କାଣ୍ତ...ବୀଭତ୍ସ ହତ୍ୟା...ବର୍ବର କାହାଣୀ...ସ୍କୁଲରେ ଘଟିଲା ବଡ଼ଧରଣର ହତ୍ୟାକାଣ୍ଡ । ସ୍କୁଲ୍‌ରେ ହେଲା ଛୁରାମାଡ଼ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଏଭଳି ଭୟଙ୍କର ହତ୍ୟାକାଣ୍ଡ ପୂର୍ବ ଚୀନର ଏକ ବିଜନେସ୍ ସ୍କୁଲରେ ଘଟିଛି । ୨୧ ବର୍ଷର ଆକ୍ରମଣକାରୀ ପୂର୍ବତନ ଛାତ୍ରକୁ ପୋଲିସ ଗିରଫ କରିଛି। 

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜିଆଙ୍ଗସୁ ପ୍ରଦେଶର ୟିକ୍ସିଙ୍ଗ ସହରରେ ଏହି ହତ୍ୟାକାଣ୍ଡ ଘଟିଛି। ଉକ୍ସି ଭୋକେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟସ ଆଣ୍ଡ ଟେକ୍ନୋଲୋଜିରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ନେଇ ୟିକ୍ସିଂର ପୋଲିସ ଏକ ବିବୃତି ଜାରି କରିଛି।

ଅଧିକ ପଢନ୍ତୁ: ମଣିପୁରରେ ୬ ଅପହୃତଙ୍କୁ ହତ୍ୟା ପରେ କର୍ଫ୍ୟୁ; ୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ

Advertisment

ପୋଲିସ ଗଣମାଧ୍ୟମକୁ କହିଛି ଯେ, ଆକ୍ରମଣକାରୀ ସ୍କୁଲର ପୂର୍ବତନ ଛାତ୍ର । ଚଳିତ ବର୍ଷ ସେ ସ୍ନାତକ ପାସ୍‌ କରିବାର ଥିଲା । କିନ୍ତୁ ସେ ପରୀକ୍ଷାରେ ଫେଲ୍ ହୋଇ ଯାଇଥିଲା । ସେ ପରୀକ୍ଷାରେ ଫେଲ୍ ହେବା ପରେ ଅସନ୍ତୁଷ୍ଟ ଥିଲା। ତେଣୁ ସ୍କୁଲ୍‌କୁ ଯାଇ ନିଜର କ୍ରୋଧ ପ୍ରକାଶ କରିବା ସହ ଜଣକ ପରେ ଜଣେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଅଭିଯୁକ୍ତ ନିଜେ ଅପରାଧ କରିଥିବା ନେଇ ମଧ୍ୟ ସ୍ୱୀକାର କରିଛି।

ପୋଲିସ କହିଛି ଆହତଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି । ଚୀନରେ ହିଂସାତ୍ମକ ଛୁରାମାଡ଼ ଘଟଣା ଏକ ସାଧାରଣ କଥା। ଏହା ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି। କିନ୍ତୁ ଏକାସାଙ୍ଗରେ ଏତେ ସଂଖ୍ୟକ ଲୋକଙ୍କ ଉପରେ ଆକ୍ରମଣ ଏବଂ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ବିରଳ ଘଟଣା ।

Advertisment

ନିକଟରେ ଚୀନ୍‌ରୁ ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଥିଲା। ଗୋଟେ କାର୍‌ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଥିଲା । ଫଳରେ  ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଥିଲେ । ଦୁର୍ଘଟଣାର ଏପରି ଭୟଙ୍କର ଚିତ୍ର ଚୀନ୍‌ରୁ ଆସିଥିଲା । ମୃତ୍ୟୁର ଏପରି ଭୟଙ୍କର ତାଣ୍ତବ ମଚାଇଥିବା କାର୍‌ଟି ନିୟନ୍ତ୍ରଣ ହରାଇ ଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ୬୨ ବର୍ଷୀୟ କାର୍‌ ଚାଳକଙ୍କୁ ଗିରଫ କରିଥିଲା ପୋଲିସ । ଗତ ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି, ଯାହା ପୂରା ଚୀନ୍‌କୁ ସ୍ତବ୍ଧ କରିଦେଇଥିଲା । ଏହି ହିଟ୍ ଆଣ୍ତ୍ ରନ୍ ମାମଲାରେ CCTV ଯାଞ୍ଚ କଲା ବେଳେ ଭୟଙ୍କର ଚିତ୍ର ସାମ୍ନାକୁ ଆସିଥିଲା । ମାମଲାରେ ଯାଞ୍ଚ କଲା ବେଳେ ପୋଲିସ ଦେଖିବାକୁ ପାଇଥିଲା ଯେ, ଅନେକ ଲୋକ ରାସ୍ତାରେ ପଡ଼ିରହିଛନ୍ତି । ଏହି ଦୃଶ୍ୟ ଯେତିକି ବର୍ବର, ସେତିକି ଭୟଙ୍କର ମଧ୍ୟ ଥିଲା । 

ଅଧିକ ପଢନ୍ତୁ: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର; ଲାଞ୍ଚ ନ ଦେବାରୁ ପ୍ରସୂତୀଙ୍କୁ ଛାଡ଼ିଲେନି !

 

China Crime News Crime Stabbing Killed Injured
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ