/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676375273.jpg)
marriage portal
ବୃଦ୍ଧଙ୍କୁ ମହଙ୍ଗା ବଡ଼ିଲା ବାହା ହେବା ନିଶା । ହାତରୁ ଚାଲିଗଲା ୬୦ ଲକ୍ଷ ଟଙ୍କା । ୬୫ ବର୍ଷ ବୟସରେ ବୃଦ୍ଧ ଜଣକ ଜୀବନ ସାଥୀ ଖୋଜୁଥିବା ବେଳେ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ମୁତାବକ ବାହା ହେବାକୁ ବିଭିନ୍ନ ଅନଲାଇନ୍ ମ୍ୟାରେଜ୍ ପୋର୍ଟାଲରେ ବୃଦ୍ଧ ଜଣକ ଜୀବନ ସାଥୀ ଖୋଜୁଥିଲେ । ସେଠାରେ ଜଣେ ମହିଳାଙ୍କୁ ପସନ୍ଦ କରିବା ସହ ତାଙ୍କ ସହ କଲ୍ ଓ ଭିଡିଓ କଲରେ ବାର୍ତ୍ତାଳାପ କରିଥିଲେ । ପରେ ମହିଳାଙ୍କ ସହ ନ୍ୟୁଡ୍ କଲ୍ କରିଥିଲେ ବୃଦ୍ଧ ଜଣକ । ଯାହାକୁ ନେଇ ଯାଇଥିଲା ବୃଦ୍ଧଙ୍କ ୬୦ ଲକ୍ଷ ଟଙ୍କା ।
ଏପରି ଏକ ଘଟଣା ଘଟିଛି ମୁମ୍ବାଇରେ । ଘଟଣାକୁ ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚର ସାଇବର ପୋଲିସ୍ ତଦନ୍ତ ଚଳାଇଛି । ସାଇବର ପୋଲିସର କହିବା ଅନୁସାରେ ବୃଦ୍ଧ ଜଣକ ଜଣେ ବିଧବା ମହିଳାଙ୍କ ସହ ନ୍ୟୁଡ୍ କଲ୍ରେ କଥା ହୋଇଥିଲେ ।
ଅଧିକ ପଢ଼ନ୍ତୁ: ଝିଅଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ପଠାଉଥିଲେ ନଗ୍ନ ଛବି, ଏବେ ଧରାପଡ଼ି...
କଥା ହେବା ସମୟରେ ମହିଳା ଜଣକ ତାଙ୍କ ଭିଡିଓକୁ ରେକର୍ଡ କରିଥିଲେ । ଭିଡିଓ କ୍ଲିପ୍ ତାଙ୍କ ସମ୍ପର୍କୀୟଙ୍କୁ ପଠାଇବାକୁ ଧମକ ଦେଇଥିଲେ । ଏନେଇ କ୍ରାଇମବ୍ରାଞ୍ଚର ସାଇବର ପୋଲିସ୍ ସେଲରେ ପଞ୍ଜୀକୃତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ।
ଅନ୍ୟ ଜଣେ ଅଧିକାରୀ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବୃଦ୍ଧ ଜଣକ ବୃଦ୍ଧାବସ୍ଥାରେ ସାଥୀ ଖୋଜୁଥିଲେ । ସେ ପୁନର୍ବାର ବିବାହ କରିବାକୁ ଆଗ୍ରହୀ ଥିଲେ । ମ୍ୟାରେଜ୍ ପୋର୍ଟାଲରେ ଜଣେ ମହିଳାଙ୍କ ସହ ଚାଟ୍ କରିବା ପରେ ଏପରି କାର୍ଯ୍ୟ କରିଥିଲେ ।
ମହିଳା ଜଣକ ଧମକ ଦେବାରୁ ପରେ ମହିଳାଙ୍କୁ ୬୦ ଲକ୍ଷ ଟଙ୍କା ଦେଇଥିଲେ ବୃଦ୍ଧ ଜଣକ । ବଦଳରେ ଭିଡିଓକୁ ଡିଲିଟ୍ କରିବାକୁ କହିଥିଲେ । ହେଲେ ସେ ଭିଡିଓ ଡିଲିଟ୍ ନକରି ସୋସିଆଲ ମିଡିଆରେ ଛାଡ଼ି ଦେବାକୁ କହିଥିଲେ । ଯାହା ଫଳରେ ଘଟଣାଟି ଥାନାକୁ ଯିବା ସହ ତଦନ୍ତ ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)