• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଜଘଣ୍ୟ ହତ୍ୟାକାଣ୍ଡ । ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଏବେ ବି ମନରୁ ଲିଭିନଥିବା ବେଳେ ପୁଣି ଏକ ହତ୍ୟାକାଣ୍ଡ । ଏଥର ମୁମ୍ବାଇର ଲାଲବାଗ୍‌ ଅଞ୍ଚଳରୁ ଆସିଛି ଖବର । ଜଣେ ୫୩ ବର୍ଷିୟ ମହିଳାଙ୍କୁ ହତ୍ୟା କରି ପଲିଥିନ୍‌ରେ ବାନ୍ଧି ଲୁଚାଇ ରଖିଥିଲା ଅଭିଯୁକ୍ତ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତାଙ୍କ ୨୧ ବର୍ଷିୟ ଝିଅକୁ ଅଟକ ରଖି ପଚରାଉଚରା କରୁଛି । ପୋଲିସର କହିବାନୁଯାୟୀ ପାଖାପାଖି ମାସେ ହେବ ମୃତଦେହକୁ ପଲିଥିନ୍‌ରେ ବାନ୍ଧି ରଖାଯାଇଥିଲା ।

 

ମୃତ ମହିଳାଙ୍କ ଭାଇ ଓ ସମ୍ପର୍କୀୟ ମଙ୍ଗଳବାର ସ୍ଥାନୀୟ କାଲାଚୌକି ଥାନରେ ଏକ ନିଖୋଜ ମାମଲା ଦାଏର କରିଥିଲେ । ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମହିଳାଙ୍କ ଘରେ ପହଞ୍ଚିଥିଲା । ଆପାର୍ଟମେଣ୍ଟର ଫାଷ୍ଟ ଫ୍ଲୋରରେ ଛାନ୍‌ଭିନ୍‌ ବେଳେ ମହିଳାଙ୍କ ଗଳିତ ମୃତଦେହ ସାମ୍ନାକୁ ଆସିଥିଲା । ଏକ ପଲିଥିନ୍‌ରେ ମୃତଦେହକୁ ବାନ୍ଧି ରଖାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

ତେବେ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ । ଅନ୍ୟପଟେ ମୃତ ମହିଳାଙ୍କ ଝିଅକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ହେଲେ ଏଯାଏଁ ମହିଳାଙ୍କ ମୃତ୍ୟୁର କୌଣସି ସଠିକ୍‌ କାରଣ ଖୋଜି ପାଇନାହିଁ ପୋଲିସ ।

ଗତ କିଛି ମାସ ମଧ୍ୟରେ ଏଭଳି ଅନେକ ଖବର ସାମ୍ନାକୁ ଆସିଛି । ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହକୁ ନିଜ ଘରେ ହିଁ ରଖିଥିବା ଦେଖାଯାଇଛି । କେତେବେଳେ ଫ୍ରିଜ୍‌ରେ ତ କେତେବେଳେ ଟିଫିନ୍‌ ବକ୍ସରେ । ତେବେ ସବୁଠାରୁ ଛାତିଥରା ଘଟଣାଥିଲା ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ । ଶ୍ରଦ୍ଧାଙ୍କ ବୟଫ୍ରେଣ୍ଡ ଅଫ୍‌ତାବ୍‌ ପୁନାୱାଲା ତାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିଥିଲା । ଏହି ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।