Advertisment

ଶ୍ରୀକ୍ଷେତ୍ରରେ ଲଜ୍ଜା ! ଛାତ ଉପରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ଏକୁଟିଆ ଖେଳୁଥିବା ବେଳେ ୫ ବର୍ଷର ଶିଶୁକନ୍ୟାକୁ ଛାତ ଉପରକୁ ଟେକି ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁରୀ ଟାଉନ୍ ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
5 year old allegedly raped

5 year old allegedly raped

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ। ଏକୁଟିଆ ଖେଳୁଥିବା ବେଳେ ଶିଶୁକନ୍ୟାକୁ ଛାତ ଉପରକୁ ଟେକି ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁରୀ ଟାଉନ୍ ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ କଟକ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଅଭିଯୁକ୍ତର ଘର ଜଗତସିଂହପୁରରେ ଓ ସେ ଜଣେ ଡ୍ରାଇଭର। ପଡ଼ୋଶୀ ଘରେ ଶିଶୁକନ୍ୟା ଏକୁଟିଆ ଖେଳୁଥିବା ଦେଖି ଅଭିଯୁକ୍ତ କୁନିଝିଅଟିକୁ ଛାତ ଉପରକୁ ଟେକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାର ମା’ ଚାଲି ଆସିବାରୁ ଅଭିଯୁକ୍ତ ଜଣକ ଘଟଣାସ୍ଥଳରେ ଫେରାର ହୋଇଯାଇଥିଲା। 

ଗୁରୁତର ଅବସ୍ଥାରେ ପ୍ରଥମେ ଶିଶୁକନ୍ୟାକୁ ପୁରୀ DHHରେ ପ୍ରାଥମିକ ଚିକିତ୍ସା କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ଶିଶୁକନ୍ୟାକୁ କଟକ ସ୍ଥାନାନ୍ତର କରାଯାଇଛି। 

Advertisment

ପୋଲିସ୍‌ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ଲାଗି ୪ଟି ଟିମ୍‌ ଗଠନ କରି ତନାଘନା ଆରମ୍ଭ କରିଛି। ଗୋଟିଏ ପୋଲିସ୍‌ ଟିମ୍ ଅଭିଯୁକ୍ତର ଘର ଜଗତସିଂହପୁର ଅଞ୍ଚଳକୁ ଯାଇଥିବା ବେଳେ ଅନ୍ୟ ୩ଟି ଟିମ୍ ପୁରୀ ଟାଉନ୍, ଚନ୍ଦନପୁର ଓ ଛଇତନା ଅଞ୍ଚଳରେ ଅଭିଯୁକ୍ତକୁ ଖୋଜୁଛି। 

Minor Girl Raped
Advertisment
Advertisment