Advertisment

New York Shooting: ଫିଲ୍ମ ଷ୍ଟାଇଲରେ ଆସିଲା, ୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା କଲା, ନିଜେ ମଧ୍ୟ ମଲା

ଆମେରିକାର ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଜଣେ ଆତତାୟୀର ଫାୟାରିଂରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆତତାୟୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି।

ଅଦ୍ୟତନ ହୋଇଛି
shooting

shooting

Advertisment

ଆମେରିକାର ନ୍ୟୁୟର୍କ ସହରରେ ଘଟିଛି ଏକ ଭୟଙ୍କର ଘଟଣା। ସହରର ଏକ ପ୍ରମୁଖ ବିଲ୍ଡିଂରେ ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଆତତାୟୀ ଖେଳିଥିଲା ଆତଙ୍କ। ମାନହାଟନରେ ଥିବା ଏକ ଆକାଶଚୁମ୍ବୀ ଅଟ୍ଟାଳିକା ଭିତରେ ଜଣେ ବନ୍ଧୁକଧାରୀ ଯୁବକ ଗୁଳି ଚଳାଇବା ଫଳରେ ଜଣେ ନ୍ୟୁୟର୍କ ପୋଲିସ ଅଫିସରଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହା ସହ ୨୭ ବର୍ଷୀୟ ଅଭିଯୁକ୍ତ ଶେନ ତାମୁରା ମଧ୍ୟ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

Advertisment

ରାଇଫଲ ଧରି ତାମୁରା ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ୪୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ପ୍ରବେଶ କରି ଗୁଳି ଚଳାଇଥିଲେ। ଏହି ଅଟ୍ଟାଳିକାରେ ବ୍ଲାକଷ୍ଟୋନ, କେପିଏମଜି, ଡ୍ୟୁସଚ୍ ବ୍ୟାଙ୍କ ଏବଂ ନ୍ୟାସନାଲ ଫୁଟବଲ ଲିଗ (ଏନଏଫଏଲ) ମୁଖ୍ୟାଳୟ ଆଦି ଶୀର୍ଷ କମ୍ପାନୀମାନଙ୍କର କାର୍ଯ୍ୟାଳୟ ରହିଛି। ଏହି ଅଟ୍ଟାଳିକାରେ ଆୟାର୍ଲାଣ୍ଡର କନସୁଲେଟ ଜେନେରାଲଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି। ଏହା ନ୍ୟୁୟର୍କର ଏକ ପୁରୁଣା ଓ ବୃହତ୍ତମ ରିଅଲ ଇଷ୍ଟେଟ କମ୍ପାନୀ।

୩୪୫ ପାର୍କ ଆଭେନ୍ୟୁରେ ଥିବା ଅଟ୍ଟାଳିକା ବାହାରେ ଥିବା ସର୍ଭେଲାନ୍ସ ଫୁଟେଜରେ ବନ୍ଧୁକଧାରୀ ସନଗ୍ଲାସ ପିନ୍ଧି ଏକ ରାଇଫଲ ଧରି ଅଟ୍ଟାଳିକା ଆଡ଼କୁ ଯାଉଥିବା ଦେଖାଯାଇଥିଲା। ନ୍ୟୁୟର୍କ ପୋଲିସ କମିଶନର ଜେସିକା ଡିସ୍ଚ ଏକ୍ସରେ ନିଶ୍ଚିତ କରିଛନ୍ତି, "ବର୍ତ୍ତମାନ ଘଟଣାସ୍ଥଳ ନିୟନ୍ତ୍ରଣରେ ଅଛି, ଏବଂ ଜଣେ ବନ୍ଧୁକଧାରୀ ଧରା ପଡିଛି।" ଲୋକମାନେ ଆତତାୟୀ ହାତରୁ ବଞ୍ଚିବା ପାଇଁ କବାଟ ବନ୍ଦ କରିବା ପାଇଁ କବାଟ ସାମନାରେ ଟେବୁଲ ଓ ଚୌକି ସବୁ ରଖିବା ସହ ହାତ ଟେକି ବାହାରକୁ ଆସୁଥିବାର ଦେଖା ଯାଇଥିଲା।

Advertisment

ନ୍ୟୁୟର୍କ ମେୟର ପାଇଁ ଡେମୋକ୍ରାଟିକ ପ୍ରାର୍ଥୀ ଜୋହରାନ ମମଦାନୀ ଏହି "ଭୟଙ୍କର ଗୁଳିଚାଳନା"ରେ ଜୀବନ ହାନି ପାଇଁ ଶୋକ ପ୍ରକାଶ କରିଛନ୍ତି। ଗୁଳି ଚଳାଇଥିବା ବନ୍ଧୁକଧାରୀଙ୍କୁ ଶେନ ତାମୁରା ବୋଲି ଚିହ୍ନଟ କରାଯାଇଛି। ପୋଲିସ କହିଛି ଯେ ତାଙ୍କର କୌଣସି ଗୁରୁତର ଅପରାଧିକ ଇତିହାସ ନାହିଁ। ତାମୁରା ହାୱାଇରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ପରେ ଲାସ ଭେଗାସକୁ ଚାଲିଯାଇଥିଲେ। ସେ ତାଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଗୁଳି ଚାଳନା କରିଥିଲେ।

ଅଧିକ ପଢ଼ନ୍ତୁ: ପ୍ରେମ ପାଇଁ ବଳୀଦାନ: ମତେ ଗୁଳି କର, କିନ୍ତୁ ଛୁଇଁବାକୁ ଚେଷ୍ଟା କରନି; ଲୋମଟାଙ୍କୁରା ଅନର କିଲିଂ

Advertisment
New York United States Of America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ