Advertisment

ଚାନ୍ଦିପୁର DRDOର ୫ ଠିକା କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍କ୍ୱାଡ୍

ଚାନ୍ଦିପୁର DRDOର ୩ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍ୱ୍କାର୍ଡ଼। ତେବେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍ୱ୍କାର୍ଡ଼ ଅଟକ ରଖିଥିବା ନେଇ ମିଳିଛି ସୂଚନା। ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ

author-image
Sarbeswar
ଅଦ୍ୟତନ ହୋଇଛି
ITR

ITR

ବାଲେଶ୍ୱର: ଚାନ୍ଦିପୁର DRDOର ୫ ଠିକା କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍ୱ୍କାଡ। ତେବେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍ୱ୍କାଡ ଅଟକ ରଖିଥିବା ନେଇ ମିଳିଛି ସୂଚନା। ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ। ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ଆଜି ଅପରାହ୍ନ ସାଢ଼େ ୩ଟାରେ ସୂଚନା ଦେବେ ପୋଲିସ ମହାନିର୍ଦ୍ଦେଶକ।

Advertisment

ତେବେ ବାଲେଶ୍ୱର DRDOର ୫ ଅସ୍ଥାୟୀ କର୍ମଚାରୀ ଅଟକ ରହିଥିବା ନେଇ ସୂଚନା ମିଳିଛି।  ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇ ପଚରାଉଚାର କରୁଛି ସ୍ପେଶାଲ ସ୍କ୍ବାଡ୍।  ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ପ୍ରଘଟ କରୁଥିବା ସୂଚନା ମିଳିବା ପରେ ଗତକାଲି ବିଳମ୍ବିତ ରାତିରେ ଘରୁ ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି। ଯେଉଁ ୫ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଅଣାଯାଇଛି, ସେମାନେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ଜଣାପଡ଼ିଛି। ଡିଆରଡିଓ ପରିସରରେ ସେମାନେ ଠିକା ଶ୍ରମିକ ଭାବେ କାମ କରୁଥିଲେ।  ପୋଲିସ ଦ୍ୱାରା ଅଟକ ୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୩ଜଣଙ୍କ ନାଁ ହେଉଛି ବସନ୍ତ ବେହେରା, ଟୁଲୁ ବେରା ଓ  ମୂଷା  ହେଲେ ଅନ୍ୟ ଦୁଇ ଜଣଙ୍କ ନାମ ସ୍ପଷ୍ଟ ହୋଇ ନାହିଁ ।

ଏମାନଙ୍କୁ ଧରିବା ପାଇଁ  ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ ହୋଇଥିଲା ।  ଟିମରେ ୬ ଜଣ ଆଇଆଇସି ଏବଂ ୬ଜଣ୍ ଡିଏସପି ରହିଥିଲେ । ପ୍ରାୟ ତିନିଦିନ ଧରି ତନାଘନା ଜାରି ରଖିଥିଲା ପୋଲିସ  ଅଟକ ୫ ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରିଥିବା କୁହାଯାଉଛି । ତେବେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ କେଉଁମାନଙ୍କ ସମୃକ୍ତି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।  ଅଟକ ୫ ଜଣ ଡିଆରଡିଓରେ ଏସି ଅପରେଟର ସହ ଜେନେରେଟର ଅପରେଟର ଭାବେ କାର୍ଯ୍ୟକରୁଥିବା ସୂଚନା ମିଳିଛି। ଏମାନେ ବିଦେଶୀ ସଂସ୍ଥା ସହ ଫୋନ୍ କଲ ମାଧ୍ୟମରେ କଥା ହୋଇଥିବା ସନ୍ଦେହ କରାଯାଉଛି, ତାସହ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ସହ ୩ଜଣ ସଂପର୍କରେ ଥିବା ସୁରାକ ମିଳିଥିବା ସୂଚନା ମିଳିଛି ।

Advertisment

ଘଟଣା ସଂପର୍କରେ ସାଢ଼େ ୩ଟାରେ ସୂଚନା ଦେବେ ପୋଲିସ ଡିଜି । ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରାଯାଇଥିଲା  ଈଶ୍ୱର ବେହେରା ବର୍ତମାନ ଆଜୀବନ ସଜା କାଟୁଛି  ।

Odisha Balasore
Advertisment
Advertisment