• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ଶ୍ୱାସତ, ସୁନ୍ଦର ଆଉ ଚିରନ୍ତନ ! ଯୁଗେ ଯୁଗେ ସତ ! ଜଣେ ଜଣଙ୍କ ବିନା ଅଧୁରା । କେତେ ବିଶ୍ୱାସ ଆଉ ସ୍ନେହରେ ଗଢ଼ା ଏ ସମ୍ପର୍କ । ହେଲେ ଏସମ୍ପର୍କରେ ଯେତେବେଳେ ଦାଗ ଲାଗିଯାଏ ସବୁ କିଛି ଛାରଖାର ହୋଇଯିବା ଥୟ । ନିକଟରେ ସିଙ୍ଗାପୁରରେ ଏପରି ଏକ ଘଟଣା ଘଟିଛି । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଚାରି ଜଣ ବିବାହିତ ପୁରୁଷ ନିଜ ସ୍ତ୍ରୀଙ୍କୁ ଧୋକା ଦେଇଛନ୍ତି । କେବେଳ ଯେ ଧୋକା ଦେଇଛନ୍ତି ତା’ନୁହେଁ, ଏପରି ପାପ କରିଛନ୍ତି ଯେଉଁଥିପାଇଁ ହୁଏତ ତାଙ୍କୁ ଭଗବାନ୍‌ ବି କେବେ କ୍ଷମା କରିବେ ନାହିଁ । ମଉଜ ପାଇଁ ସ୍ତ୍ରୀ ଅଦଳବଦଳ କରି ବ୍ୟଭିଚାର କରିଛନ୍ତି ଚାରି ଅଭିଯୁକ୍ତ ।

ଚାରି ଜଣ ପ୍ରଥମେ ଯୁବକ ଅନଲାଇନରେ ଭେଟିଥିଲେ । କିଛି ଦିନର ବନ୍ଧୁତା ପରେ ନିଜର ଘୃଣ ମାନସିକତାକୁ ଚରିତାର୍ଥ କରିବା ପାଇଁ ପ୍ରଥମେ ଯୋଜନା ପ୍ରସ୍ତୁତ କରିଥିଲେ । ନିଜ ନିଜ ସ୍ତ୍ରୀଙ୍କ ଅଜାଣତରେ ନିଦ ବଟିକା ଦେଇ ଶାରିରୀକ ସମ୍ପର୍କ ରଖୁଥିଲେ । ତେବେ ବର୍ଷେ କି ଦୁଓ ବର୍ଷ ନୁହେଁ ଆଠ ବର୍ଷ ଧରି ସେମାନେ ଏପରି କୁକର୍ମ କରିଚାଲିଥିଲେ ।

ନିଦ ବଟିକା ଦେବାପରେ ଅଭିଯୁକ୍ତଙ୍କ ସ୍ତ୍ରୀ ବେହୋସ୍ ହୋଇଯାଉଥିଲେ । ଆଉ ସେହି ସମୟରେ ସମସ୍ତେ ଅଦଳବଦଳ କରି ଜଣେ ଅନ୍ୟ ଜଣଙ୍କ ସ୍ତ୍ରୀ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ । କେବଳ ଏତିକି ନୁହେଁ ସେହି ସମୟର ଭିଡିଓ ମଧ୍ୟ ତିଆରି କରି ପାଖରେ ରଖୁଥିଲେ ।

ହେଲେ ସବୁ ଦିନ ଚୋର ଘର ଅନ୍ଧାର ନଥାଏ । ଥରେ ଜଣେ ଯୁବକଙ୍କୁ ତାଙ୍କ ସ୍ତ୍ରୀ ଧରିପକାଇଥିଲେ । ସ୍ୱାମୀଙ୍କ ଫୋନରେ ଅନ୍ୟ ଜଣେ ପୁରୁଷ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିଲା । ଆଉ ତା’ପରେ ସବୁ କଥା ଜଣାପଡ଼ିଥିଲା ।

ଏନେଇ ଚାରି ମହିଳା ପୋଲିସ୍‌ରେ ଅଭିଯୋଗ କରିଥିଲେ । ଏବେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ବିଧାନ କରାଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ନାମ ସର୍ବସମ୍ମୁଖରେ ପ୍ରକାଶ କରାଯାଇ ନାହିଁ । କାରଣ ସେମାନଙ୍କ ପରିଚୟ ସହିତ ମହିଳାଙ୍କ ପରିଚୟ ଜଡ଼ିତ ରହିଛି ।

ତେବେ ଅଭିଯୋଗ ଆଧାରରେ ଦୁଇ ଜଣ ବ୍ୟକ୍ତିକୁ ୧୯ରୁ ୨୩, ଆଉ ଜଣକୁ ୧୭ରୁ ୨୧ ଓ ଅନ୍ୟ ଜଣକୁ ୧୬.୫ ବର୍ଷ ଜେଲଦଣ୍ଡ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଚାରି ଜଣ ମହିଳାଙ୍କୁ ୨୦୧୦ରୁ ୨୦୧୮ ମଧ୍ୟରେ ଏପରି ଶୋଷଣ କରାଯାଉଥିଲା । ଏହି ସମସ୍ତ ଅଭିଯୁକ୍ତ ଅନଲାଇନ୍ ଫୋରମ୍ 'ସାମିବୋ' ରେ ଭେଟିଥିଲେ ।