• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀରୁ ୩ କୋଟିର ବ୍ରାଉନସୁଗାଗର ଜବତ । ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ମଙ୍ଗଳାଘାଟ ଛକରେ ଚଢ଼ାଉ କରି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଥିଲା ବାସେଲି ସାହି ଥାନା ପୋଲିସ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଏମାନଙ୍କ ମଧ୍ୟରେ ଜଣେ ମାଷ୍ଟରମାଇଣ୍ଡ ରହିଛନ୍ତି । ପୁରୀ ସମେତ ଆଖପାଖ ଜିଲ୍ଲାରେ ଏହି ନେଟୱର୍କ ଲମ୍ବିଛି । ଏହି ମାମଲାର ତଦନ୍ତ ପାଇଁ ତିନିଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଧଳାଜହରର କିଙ୍ଗପିନ୍ ସମେତ ଏହା ପଛରେ ଥିବା ଲୋକଙ୍କୁ ଧରିବାକୁ ଅଭିଯାନ ଜାରି ରହିଥିବା ପୋଲିସ୍ କହିଛି ।