Advertisment

Murder: ୩୮ ବର୍ଷୀୟ ମହିଳାଙ୍କୁ ୬୪ ବର୍ଷୀୟ ଭିଣୋଇ ସହ ହେଲା ପ୍ରେମ, ତା ପରେ…

ଭିଣୋଇ ସହ ପ୍ରେମ ପରେ ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ । ଭୁଲିଗଲା ସଂପର୍କ । ଫେରାର୍ ହେବା ପୂର୍ବରୁ ଧରିଲା ପୋଲିସ୍ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
murder

murder

ମୃତକଙ୍କ ପରିଚୟ ବିହାରର ଭାଗଲପୁର ଜିଲ୍ଲାର ଗୁଡ୍ଡୁ ରାୟ ବୋଲି ଜଣାପଡ଼ିଛି। ସେ ତାଙ୍କ ପତ୍ନୀ ବବି ସହ ଭଡ଼ାଘରେ ରହୁଥିଲେ। ଗୁଡ୍ଡୁ ରାୟ ୧୫ ବର୍ଷ ଧରି ଟିବି ରୋଗରେ ପୀଡ଼ିତ ଥିଲେ ଏବଂ କାମ କରିପାରୁ ନଥିଲେ। ସେ ସବୁଦିନ ମଦ ପିଉଥିଲେ । ସେ ମଦ ନିଶା କବଳରେ ପଡିଯାଇଥିଲେ । ସେ ମଦ ପିଇ ଦିନସାରା ଘରେ ହିଁ ରହୁଥିଲେ। ବବି ହିଁ ଘରର ଏକମାତ୍ର ରୋଜଗାରିଆ ଥିଲେ।

Advertisment

ରାଜସ୍ଥାନର ଅଲୱାର ଜିଲ୍ଲାରେ ଜଣେ ୩୮ ବର୍ଷୀୟ ମହିଳା ତାଙ୍କ ୬୪ ବର୍ଷୀୟ ସଂପର୍କୀୟ ଭିଣୋଇ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛି । ଅଭିଯୋଗ ହେଉଛି ଯେ ଉଭୟ ଅଭିଯୁକ୍ତ ‘ପ୍ରେମ’ରେ ପଡିଯାଇଥିଲେ। ହତ୍ୟାକାଣ୍ଡ ପରେ ସେମାନେ ବିହାର ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ତା’ ପୂର୍ବରୁ ହିଁ ପୋଲିସ ସେମାନଙ୍କୁ ଗିରଫ କରିଛି।

ଅଲୱାର ପୋଲିସ କହିଛି ଯେ ଘଟଣାଟି ଅଗଷ୍ଟ ୧୮ରେ ୟୁଆଇଟି ଥାନା ଅଞ୍ଚଳର ସନ୍ତାରା କଲୋନୀରେ ଘଟିଥିଲା। ଅଭିଯୁକ୍ତ ମହିଳାଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁଜ ଚୌଧୁରୀ। ସେ ବବିଙ୍କ ସଂପର୍କୀୟ ଭଉଣୀର ସ୍ୱାମୀ ଏବଂ ଗତ ୮ ବର୍ଷ ଧରି ସନ୍ତାରା କଲୋନୀରେ ରହୁଥିଲେ। ବବି ଏବଂ ଅନୁଜ ଚୌଧୁରୀ ଉଭୟେ ଭିୱାଡ଼ୀର ଏକ ବେସରକାରୀ କେମିକାଲ କମ୍ପାନୀରେ କାମ କରୁଥିଲେ। ଏହି ସମୟରେ ସେମାନେ ପରସ୍ପରର ପ୍ରେମରେ ପଡିଯାଇଥିଲେ।

Advertisment

ଭିୱାଡ଼ୀ ଏସପି ପ୍ରଶାନ୍ତ କିରଣ କହିଛନ୍ତି, ଗତ ୧୫-୨୦ ଦିନ ଧରି ଅନୁଜ ଚୌଧୁରୀ ଏବଂ ବବିଙ୍କ ମଧ୍ୟରେ ନିରନ୍ତର ଯୋଗାଯୋଗ ହେଉଥିଲା। ଏହାଦ୍ୱାରା ଗୁଡ୍ଡୁ ରାୟଙ୍କୁ ଉଭୟଙ୍କର ‘ଗୁପ୍ତ ସମ୍ପର୍କ’ ବିଷୟରେ ଜଣାପଡ଼ିଥିଲା। ଗୁଡ୍ଡୁ ଏହାକୁ ବିରୋଧ କରିଥିଲେ । ତେଣୁ ବବି ଗୁଡ୍ଡୁଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା କରିଥିଲା ।

ନିଜ ସମ୍ପର୍କକୁ ଲୁଚାଇବା ପାଇଁ ଉଭୟେ ଗୁଡ୍ଡୁଙ୍କ ନାବାଳକ ପୁଅ ହର୍ଷଙ୍କ ରହଣୀ ପାଇଁ ଏକ ଅଲଗା କଲୋନୀରେ ବ୍ୟବସ୍ଥା କରିଥିଲେ। ପୋଲିସ କହିଛି ଯେ ଗୁଡ୍ଡୁଙ୍କ ପତ୍ନୀ ବବି ଯେତେବେଳେ ହତ୍ୟା କରିଥିଲା, ସେତେବେଳେ ଅନୁଜ ଚୌଧୁରୀ ସେହି କୋଠରୀରେ ଉପସ୍ଥିତ ଥିଲା। ଗୋଟିଏ ଦଉଡିରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ସେମାନେ ଫେରାର ହୋଇଯାଥିଲେ । ଉଭୟେ ଇ-ମିତ୍ରରୁ ୫୦୦୦ ଟଙ୍କା ଉଠାଇଥିଲେ। ଉଭୟେ ଭିୱାଡ଼ୀରେ ନୀଲମ ଚୌକ ନିକଟରେ ବସ୍ ଧରିବା ପାଇଁ ଅପେକ୍ଷା କରିଥିଲେ । ପୋଲିସ ସେମାନଙ୍କୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: ପ୍ରତିଶୋଧପରାୟଣ ଜୁନିଅର, ସିନିଅର ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କଲା; ସାଙ୍ଗକୁ ଚାଟିଂ କରି ସବୁ କହିଲା 

Crime News Illicit Affair Murder
Advertisment
Advertisment