Maoist Surrendered
ମାଲକାନଗିରିରେ ଆତ୍ମସମର୍ପଣ କଲେ ୩ ମାଓବାଦୀ । ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଅଛନ୍ତି । ତିନି ଜଣ ପାର୍ଟି ମେମ୍ବର ଭାବରେ ମହୁପଦର ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ଏମାନଙ୍କ ନାମରେ ଏକ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ତିନି ଜଣ ହେଲେ ମୋନାଜ ଓରଫ ମୋତି ମାଡ଼ି, ପାଣ୍ଡୁ କବସି ଓ ଆଇଟେ କର୍ତାମି ।
ଅଧିକ ପଢ଼ନ୍ତୁ: ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ, ବାଲୁକା କଳାରେ ‘I Love My India’ ଲେଖି ଶୁଭେଚ୍ଛା...
ତିନି ଜଣଙ୍କ ସହାୟତାରେ ମହୁପଦର ଅଞ୍ଚଳରୁ ଏସଓଜି ଓ ଡିଭିଏଫ ବାହିନୀ ମାଟିତଳୁ ବହୁ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରିଛି । ଏଥିରେ ୭ଟି ଟିଫିନ ବମ୍, ୫ଟି ବନ୍ଧୁକ, ଜୀବନ୍ତ ଗୁଳି ୫୦ରୁ ଅଧିକ, ବାରେଲ ଗ୍ରାନାଇଟ ଲଞ୍ଚର, ମାଓ ପୁସ୍ତିକା ପରି ୧୧୨ ପ୍ରକାର ମାଓ ସାମଗ୍ରୀ ଜବତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674735591.jpg)