/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643460052.jpg)
3 From Jamtara Gang Arrested In Bhubaneswar, Crime Branch Briefs Detail
ଗିରଫ ହେଲେ ଜମତରା ଗ୍ୟାଙ୍ଗର ୩ ଠକ । ଭୁବନେଶ୍ୱରରୁ ଏହି ୩ ଠକ ଗିରଫ ଗିରଫ ହୋଇଛନ୍ତି । ଏମାନଙ୍କ କ୍ୱାଲିଫିକେସନ୍ ନବମ ଫେଲ୍ ହେଲେ ଦେଶର ୨୦ଟି ରାଜ୍ୟର ୧୭୧ଟି ସାଇବର ଲୁଟ୍ କରିଛନ୍ତି । ଭୁବନେଶ୍ୱର ରସୁଲଗଡ଼ ପାଖରୁ ୩ ଜଣ ଝାଡ଼ଖଣ୍ଡି ସାଇବର ଲୁଟେରା ଧରାପଡ଼ିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ନିକଟରୁ ୧୧ଟି ମୋବାଇଲ, ୨ଟି ଲାପଟପ୍, ଗୋଟିଏ ଟ୍ୟାବ, ୩୩ ଟି ସିମ୍ ଜବତ ହୋଇଛି ।
ଜବତ ହୋଇଥିବା ୩୩ଟି ସିମ୍ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏମାନେ ବ୍ୟାଙ୍କ କଷ୍ଟମର ମାନଙ୍କ ଡାଟା କିଣି ସେମାନଙ୍କୁ ବଲ୍କ ଏସ୍ଏମ୍ଏସ୍ ପଠାଉଥିଲେ । ଯିଏ ଲିଙ୍କ୍ରେ କ୍ଲିକ୍ କରୁଥିଲା ତାହାକୁ ଫଲ୍ଅପ କରି ଟଙ୍କା ଟ୍ରାନ୍ସଫର କରୁଥିଲେ । ଟଙ୍କା ଟ୍ରାନ୍ସଫର ପାଇଁ ପେଟିଏମ୍, ଗୁଗୁଲ୍ ପେ, କିମ୍ବା ଫୋନ୍ ପେ ବ୍ୟାବହାର କରୁଥିଲେ । ଏହି ୩୩ଟି ସିମ୍ରେ ଏମାନେ ସାରା ଦେଶର ୨୦ଟି ରାଜ୍ୟରେ ୧୭୧ଟି ସାଇବର ଲୁଟ୍ କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
ତେବେ ଏମାନେ କେଉଁଠୁ କଷ୍ଟମର ଡାଟା କିଣୁଥିଲେ ତାହାର ତଦନ୍ତ ଚାଲିଛି । ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍ କୋଲକାତା ଓ ଝାଡ଼ଖଣ୍ଡ ଯାଇପାରେ ବୋଲି ଏଡିଜି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)